ଗୋପ : ବାତ୍ୟା ନାମ ଶୁଣିଲେ ଗୋପ ଅଂଚଳରେ ଘରେ ଘରେ ଆତଙ୍କ ର ବାତାବରଣ ଖେଳିଯାଏ । ପୁଣି ଥରେ ମେ ମାସରେ ବାତ୍ୟା ସମ୍ଭାବନା ଦେଖାଦେବା ପରେ ସରକାର ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି । ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ଆଜି ଗୋପ ବ୍ଲକ କାର୍ଯ୍ୟାଳୟରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ଓ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ ପୃଥକ ପୃଥକ ଭାବେ ସମୀକ୍ଷା ବୈଠକ କରିଥିଲେ ।

ଏହି ବୈଠକରେ ବାତ୍ୟା ସମ୍ପର୍କୀତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ କୌଣସି ପ୍ରକାର ବଡ ଅଘଟଣ ଯେପରି ନଘଟେ ସେ ପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ମନ୍ତ୍ରୀ ତାଗିଦ କରିବା ସହିତ ଏହା ଆପଣ ମାନଙ୍କ ନିମନ୍ତେ ନୂଆ ଘଟଣା ନୁହେଁ ଗତ ବର୍ଷ ଠିକ୍ ଏହି ମାସରେ ଏହା ଠାରୁ ବଡ ବାତ୍ୟାକୁ ଆମେ ସଫଳତାର ସହିତ ମୁକାବିଲା କରିଛେ ତେଣୁ ଏହାକୁ ନେଇ ନୂତନ ଶୈଳୀ କିମ୍ବା ନିୟମ ନାହିଁ ଯାହା ପୂର୍ବବର୍ଷ ମାନଙ୍କରେ କରିଥିଲେ କେବଳ ତାହାକୁ ଅନୁସରଣ କରି ବାତ୍ୟାକୁ ମୁକାବିଲା କରିବାର ଅଛି ବୋଲି ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଜଣାଇଥିଲେ । ଯେଉଁ ପଂଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ କ୍ୱାରେଂଟାଇନ୍ ଗୃହ କରାଯାଇଛି ସେହି ସବୁ ପଂଚାୟତରେ ବିଦ୍ୟାଳୟ ଗୁଡିକୁ ଆଶ୍ରୟ ସ୍ଥଳୀ କରିବାକୁ ନିଦେ୍ର୍ଦସ ଦିଆଯାଇଛି ।

ସମସ୍ତ ଆଶ୍ରୟ ସ୍ଥଳୀ ଗୁଡିକରେ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯିବାକୁ ନିଷ୍ପତି ରହିଛି । ଯଦି ବାତ୍ୟାର ପ୍ରକୋପ ବଢିବ ତେବେ ନିଶ୍ଚିତ ଭାବେ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବାକୁ ନିଷ୍ପତି ହେବ । ତେଣୁ ୧୯ ତାରିଖ ଅପରାହଣରୁ ଲୋକମାନଙ୍କୁ ଆଶ୍ରୟ ସ୍ଥଳୀକୁ ନେବାକୁ ବ୍ୟବସ୍ଥା କରାଯିବା ସହିତ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ୨୧ ତାରିଖ ପର୍ଯ୍ୟନ୍ତ ଦିଆଯିବ । ପିଇବା ପାଣିର  ବ୍ୟବସ୍ଥା କରାଯିବାକୁ ଜଳ ଓ ପରିମଳ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ରାସ୍ତାରେ ଯଦି ଅବରୋଧ ହୁଏ ତେବେ ପୂର୍ତ ବିଭାଗ ତୁରନ୍ତ ଉକ୍ତ ଅବରୋଧକୁ  ହଟାଇବାକୁ କାର୍ଯ୍ୟ କରିବ । ଜଳସମ୍ପଦ ବିଭାଗ ତିନିଟି ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ଦ୍ୱାରା ଜଳ ନିଷ୍କାସନ ବ୍ୟବସ୍ଥା କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ ଭାବେ ବିଦ୍ୟୁତ ବିଭାଗକୁ ମନ୍ତ୍ରୀ ସଜାଗ ରହିବାକୁ ପରାମର୍ଶ ଦେବା ସହିତ ଯେଉଁ ଅଂଚଳରୁ ବିଦ୍ୟୁତ କଟିଗଲା ସେହି ଅଂଚଳକୁ ବାଦ୍ ଦେଇ ତୁରନ୍ତ ଅନ୍ୟ ଅଂଚଳକୁ ବିଦ୍ୟୁତ ଦେବାକୁ ଚେଷ୍ଟା କରାଯିବ ।

ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଠକରେ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଦେବାକୁ ମନ୍ତ୍ରୀ ଉପସ୍ଥିତ ବିଡିଓ ଦିପ୍ତିରାଣୀ ଦାସଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଆଜିର ବୈଠକରେ ଗୋପ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା,  ତହସିଲଦାର ପୃଥ୍ୱିରାଜ ମଣ୍ଡଳ, ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଶିବ ପ୍ରସାଦ ମଙ୍ଗରାଜ, ବିଦ୍ୟୁତ ବିଭାଗୀୟ ଅଧିକାରୀ ପ୍ରଦୀପ ମହାନ୍ତି, ଅଗ୍ନିଶମ ଅଧିକାରୀ ପ୍ରସନ୍ନ ବେହେରା, ଗୋପ ବ୍ଲକର ଦୁଇ ନିର୍ବାହୀ ଯନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ,ଜଳ ଓ ପରିମଳ ବିଭାଗୀୟ ଯନ୍ତ୍ରୀ ଉର୍ବଶ୍ରୀ ଆଚାର୍ଯ୍ୟ, ଶିକ୍ଷା ବିଭାଗ ଅତିରିକ୍ତ ଶିକ୍ଷାଧିକାରୀ ବ୍ରଜ ମୋହନ ବେହେରା, ବ୍ଲକ ବିଜେଡି ସଭାପତି ମଧୂସୁଦନ ପାଇକରାୟ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସାରଦା ଦାସ, ଗୋପ ଥାନାଧିକାରୀ ଙ୍କ ତରଫରୁ ଏଏସଆଇ ସୁରେଶ ଚନ୍ଦ୍ର ପାହାଡସିଂହ, କୃଷି ଅଧିକାରୀଙ୍କ ସମେତ ପ୍ରାଣୀଧନ  ଚିକିସôା କେନ୍ଦ୍ରର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here