ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଡିପ୍ରେସନରେ ପରିଣତ ହୋଇ ବାତ୍ୟାରୂପ ନେବା ଆଶଙ୍କା କରାଯାଉଛି । ଆସନ୍ତା ଦୁଇଦିନରେ ଏହି ବାତ୍ୟା ନେଇ ସ୍ଥିତି ସ୍ପଷ୍ଟ ହେବ । ଏହି ଡିପ୍ରେସନ ବାତ୍ୟାରେ ପରିଣତ ହେଲେ ତାହାର ନାଁ ହେବ ବୁଲବୁଲ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଆସନ୍ତା ୫ କିମ୍ବା ୬ ତାରିଖରେ ଏହା ଡିପ୍ରେସନରେ ପରିଣତ ହେବ ଓ ତାପରେ ଡିପ ଡିପ୍ରେସନରେ ପରିଣତ ହୋଇ ବାତ୍ୟା ରୂପ ନେବ । ସମୁଦ୍ର ପୃଷ୍ଠର ତାପମାତ୍ରା ଏବେ ୨୯-୩୦ ଡିଗ୍ରୀ ସେଲସିୟସ ରହିଛି ଓ ଏହା ବାତ୍ୟା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଏହା ୬ ଦିନରେ ଏହା ବାତ୍ୟାରୂପ ନେବ ଓ ଏହା ଉତ୍ତରପଶ୍ଚିମ ଦିଗରେ ଆଗେଇ ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡକୁ ମୁହାଁଇବାର ସମ୍ଭାବନା ରହିଛି ।

ବାତ୍ୟା ବୁଲବୁଲ ଚଳିତ ବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୩ୟ ବାତ୍ୟା ହେବ । ଗତ ଜାନୁୟାରୀ ମାସରେ ପାବୁକ ବାତ୍ୟା ଓ ମେ ମାସରେ ମହାବାତ୍ୟା ଫୋନି ସୃଷ୍ଟି ହୋଇଥିଲା । ଫୋନି ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

LEAVE A REPLY

Please enter your comment!
Please enter your name here