ବ୍ରହ୍ମଗିରି : ସୁଦୁର ମହାରାଷ୍ଟ୍ରରୁ ସାଇକେଲ ଯୋଗେ ଭାରତ ଭ୍ରମଣ ପାଇଁ ମୁକେଶ କେ.ସୁରସାଗର ବାହାରି ଆଜି ବ୍ରହ୍ମଗିରିରେ ପହଞ୍ôଚଛନ୍ତି । ଭାରତରେ ଭାଇଚାରା ବଜାୟ ରଖିବା ସହିତ ପରିବେଶ ସଚେତନତା ନେଇ ଏହି ସାଇକେଲ ଯାତ୍ରାରେ ସେ ବାହାରିଥିବା କହିଛନ୍ତି । ମହାରାଷ୍ଟ୍ରରୁ ୧୭ଜୁନରୁ ଯାତ୍ରା ଆରମ୍ଭ କରି ୧୨ ଜାନୁୟାରି ୨୦୧୯ରେ ଯାତ୍ରା ଶେଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ମୋଟ ୨୦ଟି ରାଜ୍ୟରେ ବୁଲି ଭାଇଚାରାର ବାର୍ତ୍ତା ବାଣ୍ଟିବା ସହିତ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି । ଆଜି ବ୍ରହ୍ମଗିରିରେ ପହଞ୍ôଚବା ପରେ ସ୍ଥାନିୟ ଲୋକେ ଉତ୍ସାହିତ କରିଥିଲେ । ପରେ ସାତପଡା ଦେଇ ସେ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ଜଣାପଡିଛି ।

Loading...

LEAVE A REPLY

Please enter your comment!
Please enter your name here