ନେମାଳ  : କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଗତ ରବିବାର ପୂର୍ବାହ୍ନରେ ମହାନଦୀ – ଚିତ୍ରୋତ୍ପଳା ଦୀପାଂଚଳର ବିଭିନ୍ନ ପଂଚାୟତ ଗ୍ରସ୍ତ କରି ବିପନ୍ନ ପରିବାରଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଛନ୍ତି । ଦୀପାଂଚଳର ପାଳଦା ପଂଚାୟତର ଦୁଦୁରା, କଅଁପୁର, କୁଞ୍ଜବନ ଆଦି ନଇକୂଳିଆ ପରିବାର ଅଧିକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ବିଧାୟକଙ୍କ ନିଦେ୍ର୍ଦଶକ୍ରମେ ସମସ୍ତ ରିଲିଫ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି ।

ପରେ ନିକଟରେ ମୃତୁ୍ୟ ବରଣ କରିଥିବା ସାନ୍ତପୁର ପଂଚାୟତ ଓରିକଣ୍ଟା ଗ୍ରାମର ସ୍ୱର୍ଗତ ନିରଞ୍ଜନ ଚନ୍ଦ୍ର ମହାନ୍ତିଙ୍କର ପରିବାରକୁ ଭେଟି ସମବେଦନା ଜଣାଇବା ସହ ନେମାଳ ପଂଚାୟତ ମାଳିଗାଁ ଗ୍ରାମର ସାମ୍ବାଦିକ ସ୍ୱର୍ଗତ ରାମଚନ୍ଦ୍ର ଦଳାଇଙ୍କ ବାସଭବନରେ ପହଂଚି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ , ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚୁ୍ୟତାନନ୍ଦ ଦାସ, ପାଳଦା ପଂଚାୟତ ସରପଂଚ ମୀନକେତନ ସ୍ୱାଇଁ, ଯୁବନେତା ସୁଧାଂଶୁ ମହାନ୍ତି , ବନ୍ଧୁପୁର ସରପଂଚ ଶଶୀକାନ୍ତ ମହାନ୍ତି, ଭୁବନାନନ୍ଦ ଦଳାଇ, ଭୈରବ କାସ୍ତ, ଦ୍ୱିଜବର ପଣ୍ଡା, ସୁନାକର ସାହୁ, ଅକ୍ତର ଅଲୀ, ପ୍ରମୁଖ ବହୁ ଦଳୀୟ କର୍ମକର୍ତ୍ତା ବିଧାୟକଙ୍କ ସହିତ ଗ୍ରସ୍ତ କରି ବନ୍ୟା ବିପନ୍ନମାନଙ୍କ ସହିତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here