କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ପଂଚାୟତର ଫୋରଡ ଓ ଗୁଆ ପଡିଆ ଗ୍ରାମ ନିକଟ ଗୋବରୀ ନଦୀରେ କୁମ୍ଭୀର ଭାସୁଥିବା ଗ୍ରାମବାସୀ ମାନେ ଦେଖିବା ପରେ ଅତଙ୍କିତ ହୋଇ ପଡିଛନ୍ତି । ସ୍ଥାନୀୟ ଅଂଚଳର ପ୍ରାୟ ୫ଟି ଗ୍ରାମ ପଂଚାୟତର ୧୦ ହଜାର ରୁ ଉଦ୍ଧ୍ୱର୍ ଜନ ସାଧାରଣ ଗୋବରୀ ନଦୀରେ କାରବାର କରିଥାନ୍ତି ।

ତେବେ ଏଥିରେ କୁମ୍ଭୀର ଥିବାରୁ ଆକ୍ରମଣ ଆଶଙ୍କାରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । ଗତକାଲି ମଧ୍ୟାହ୍ନରେ ଗୋଟିଏ କୁମ୍ଭୀର ନଦୀଜଳରେ ଭାସୁଥିବା ପ୍ରଚାର ହେବାପରେ ଶହ ଶହ  ଲୋକ ଉଭୟ ପାଶ୍ୱର୍ରେ ଛିଡାହୋଇ କୁମ୍ଭୀର ଦେଖିଥିଲେ । ପ୍ରଶାସନ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୈଳାସ ଜେନା ଓ ଦିପ୍ତୀ ରଞ୍ଜନ ମୁଦୁଲି ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here