ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖିରି ଜିଲ୍ଲାରେ ଇସାନଗର ଥାନା ଅଞ୍ଚଳର ମିଦିନୀୟା ଗାଁର ଗ୍ରାମବାସୀ ମାନେ ଗୋଟିଏ କୁମ୍ଭୀର ସହିତ ବର୍ବରତା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି l ଗୋଟିଏ ପୋଖରୀରେ କୁମ୍ଭୀରଟିଏ ବାହାରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା l

ଗ୍ରାମବାସୀ ମାନେ ଏହି ଖବର ବନବିଭାଗକୁ ଓ ପୋଲିସକୁ ଜଣାଇଥିଲେ l ଠିକ ସମୟରେ ବନବିଭାଗ ଓ ପୋଲିସ ଗ୍ରାମବାସୀଙ୍କ ପାଖରେ ପହଁଞ୍ଚିଥିଲେ l ପାଖାପାଖି ତିନି ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରଟିକୁ ରଶି ସାହାଯ୍ୟରେ ବାନ୍ଧି କାବୁ କରିଥିଲେ l ବନବିଭାଗ ଓ ପୋଲିସ ଠିକ ସମୟରେ ପହଞ୍ଚିଥିଲେ ମଧ୍ୟ ଗ୍ରାମବାସୀ ମାନେ କୁମ୍ଭୀରଟିକୁ ରସି ସାହାଯ୍ୟରେ ବାନ୍ଧି ଏପଟସେପଟ କରି ପାଣି ଭିତରେ ଟାଣିଥିଲେ l

.ତାପରେ କୁମ୍ଭୀରଟିକୁ ମାଟି ଉପରକୁ ଆଣି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ବୁଲାଇଥିଲେ l ଏହାପରେ ବନବିଭାଗ ଓ ପୋଲିସ ଟିମକୁ ଠିକ ସମୟରେ ନପହଞ୍ଚିବାର କାରଣ ଦର୍ଶାଇ ୫୦ ହଜାର ଟଙ୍କା ଦାବି କରିଥିଲେ l ଗ୍ରାମବାସୀ ଓ ବନବିଭାଗ ମଧ୍ୟ ଘଣ୍ଟା ଘଣ୍ଟା ଧରି ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା l

ତାପରେ ପୋଲିସ ଗ୍ରାମବାସୀ ମାନଙ୍କୁ ଚେତାବନୀ ଦେଇଥିଲା ଯେ ଯଦି ସେମାନେ କୁମ୍ଭୀରଟିକୁ ନଛାଡ଼ିବେ ତେବେ ପୋଲିସ ସେମାନଙ୍କୁ ଗିରଫ କରିବ l ଏହି ଘଟଣା ପରେ ଗ୍ରାମବାସୀ ମାନେ ବନବିଭାଗକୁ କୁମ୍ଭୀରଟି ହସ୍ତାନ୍ତର କରିଥିଲେ l ବନବିଭାଗ କୁମ୍ଭୀରଟିକୁ ନେଇ ନଦୀରେ ଛାଡି ଦେଇଥିଲା l

 

LEAVE A REPLY

Please enter your comment!
Please enter your name here