ଶୀତ ଦିନେ ତ୍ୱଚା ଶୁଷ୍କ ହେବା ସହ ଓଠ ଫାଟିଥାଏ । ଫଟା ଓଠ ପାଇଁ ଲିପ୍‌ ବାମ୍‌ ବା କ୍ରିମ୍‌ ବ୍ୟବହାର କରାଯାଉଥିଲେ ହେଁ ଦେଶୀ ଉପଚାର ଦ୍ୱାରା ଏହି ସମସ୍ୟା ଦୂର କରିହେବ ।
♦ ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଓଠରେ ମହୁ ଓ ଗ୍ଲିସେରିନ୍‌ ମିଶାଇ ଲଗାନ୍ତୁ ।
♦ କ୍ଷୀର ସରକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଓଠରେ ମାଲିସ୍‌ କରନ୍ତୁ । ଏହା ଦ୍ୱାରା ଓଠ ନରମ ରହେ ।
♦ ଓଠ କୋମଳ ରହିବା ପାଇଁ ଆଲୋଭେରା ଜେଲ୍‌ ପ୍ରୟୋଗ କରନ୍ତୁ । ଓଠ ଶୁଷ୍କତା ଓ ଡାର୍କନେସ୍‌ ଭଲ ହୁଏ ।
♦ ଗୋଲପ ଫୁଲକୁ କିଛି ସମୟ ପାଣିରେ ବତୁରାଇ ରଖି ତା’ର ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ୍‌କୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଓଠରେ ଲଗାନ୍ତୁ ।
♦ ଦେଶୀ ଘିଅ ଓ ବାଦାମ ତେଲ ଓଠରେ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here