ଦେଶରେ କୋଭିଡ-19 ଜନିତ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦିନକରେ 70,000ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 73,642 ରୋଗୀ ସୁସ୍ଥ ହୋଇ ଘରୋଇ ଏକାନ୍ତବାସ ଏବଂ ହସ୍ପିଟାଲରୁ ଛୁଟି ପାଇଛନ୍ତି ।ଏଥିସହିତ ଆଜିସୁଦ୍ଧା (06.09.2020) ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ପାଖାପାଖି 32 ଲକ୍ଷ (31,80,865)ରେ ପହଞ୍ଚିଛି ।

ଦେଶରେ ଦୈନିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଫଳରେ ହାରାହାରି ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ 77.32 ପ୍ରତିଶତକୁ ଛୁଇଁଞ୍ଚି ।କେନ୍ଦ୍ର ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ନମୁନା ପରୀକ୍ଷା କରାଯାଇପାରୁଛି । ଏଥିସହିତ କରୋନା ନିୟମାବଳୀକୁ ଅନୁସରଣ କରି ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ସଠିକ ଚିକିତ୍ସା କରାଯାଇପାରୁଛି ।

କେନ୍ଦ୍ରର ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଶେଷଜ୍ଞ ଡାକ୍ତରମାନେ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲ ଆଇସିୟୁ ପରିଚାଳନା କରୁଥିବା ଡାକ୍ତରମାନଙ୍କୁ ବିଶେଷ ପରାମର୍ଶ ଦେଉଛନ୍ତି, ଯାହାଫଳରେ ଦେଶର କୋଭିଡ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଆମ ଦେଶର ମୃତ୍ୟୁହାର ବିଶ୍ଵରେ ସର୍ବନିମ୍ନ । ଆଜି ଏହି ହାର 1.72 ପ୍ରତିଶତରେ ରହିଛି । ସେଦୃଷ୍ଟିରୁ ଦେଶର ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 8,62,320 ରହିଛି, ଯାହା ମୋଟ ସଂକ୍ରମିତଙ୍କ ମାତ୍ର 20.96 ଭାଗ ବୋଲି ଜଣାପଡିଛି

LEAVE A REPLY

Please enter your comment!
Please enter your name here