ଭୁବନେଶ୍ୱର, ୨୨ ସେପ୍ଟେମ୍ବର – ଗର୍ଭବତୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନ୍ ରେ ରହୁଥିଲେ ଅଧିକ ସତର୍କତା ଅବଳମ୍ବନ କରିବାକୁ ହେବ । ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା ଓ ବାରମ୍ବାର ହାତ ଧୋଇ ସତର୍କ ରହିବେ । ଶିଶୁଟିଏ ଥାଇ ଗର୍ଭବତୀ ମା’ ପଜିଟିଭ ଥିଲେ, ମା’ ଓ ଶିଶୁ ମଧ୍ୟରେ ଦୂରତା ରକ୍ଷା କରାଯିବା ଉଚିତ । କିନ୍ତୁ ଶିଶୁକୁ ପରିବାରର ଦାୟିତ୍ୱ ସଂପନ୍ନ ବ୍ୟକ୍ତି ଯତ୍ନ ନେବେ । ଗର୍ଭବତୀ ମହିଳା ଜଣକ ନିଜର ଯତ୍ନ ନେବେ । ସ୍ୱଚ୍ଛ ରହିବେ । ଭିଟାମିନ ଯୁକ୍ତ ଖାଦ୍ୟ ଖାଇବେ । ଗର୍ଭବତୀ ଯେଉଁ ଔଷଧ ଖାଉଛନ୍ତି ତଥା ଆଇରନ ଓ କ୍ୟାଲସିୟମ ବଟିକା ଖାଇବେ ବୋଲି ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନୋତର କାର୍ଯ୍ୟକ୍ରମ ଜରିଆରେ କଟକ ଏସସିବି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଲୁସି ଦାସ କହିଛନ୍ତି ।
ଗର୍ଭବତୀ ହେବାର ପ୍ରଥମ ୩ ମାସ ଓ ଶେଷ ୩ ମାସରେ ଅନେକ ସମସ୍ୟା ହୋଇଥାଏ । ଏହି ସମୟରେ କୋଭିଡ ଆଶଙ୍କା ହେଲେ, କୋଭିଡ ହସ୍ପିଟାଲ ସହିତ ପରାମର୍ଶ କରାଯିବା ଦରକାର ବୋଲି ଡ. ଦାସ ପରାମର୍ଶ ଦେଇଛନ୍ତି ।
କୋଭିଡ ଓ ସାଧାରଣ ରୋଗୀଙ୍କ ପାଇଁ ହସ୍ପିଟାଲ ଗୁଡ଼ିକରେ ଅଲଗା ଅଲଗା ବ୍ୟବସ୍ଥା ରହିଛି । ଏପରିକି କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତର ଓ ଅନ୍ୟ କର୍ମଚାରୀ ବ୍ୟବସ୍ଥା କରାଯାଇଛି । କୋଭିଡ ପଜିଟିଭ ମା’ ନିଜର ଶିଶୁଙ୍କୁ କ୍ଷୀର ଖୁଆଇପାରିବେ । ନବଜାତ ଶିଶୁ ଯେହେତୁ ସବୁବେଳେ ମା’ ପାଖରେ ରହିଥାଏ, ମା’ଙ୍କୁ କରୋନା ସତର୍କତା ଅବଲମ୍ବନ କରିବାର ଅଛି ।

LEAVE A REPLY

Please enter your comment!
Please enter your name here