ଡେରାବିଶ : ସମୟ ଯେତେ ଗଡ଼ି ଚାଲିଛି ଡେରାବିଶ ବ୍ଳକ ଅଂଚଳରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଳାଗିଛି । ତେବେ ଆଜି ଗୋଟିଏ ଦିନରେ ଏହି ବ୍ଳକରୁ ୧୧ ଜଣ ସଂକ୍ରମିତ ହେବାକଥା ବିଡ଼ିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଛତାସ୍ଥିତି କୋଭିଡ଼୍ ହସପିଟାଲ୍କୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଅନ୍ୟ୬ ଜଣ ହୋମ୍ କ୍ୱାରେନ୍ଟାଇନ୍ରେ ରହିଛନ୍ତି ।

ସେମାନଙ୍କ ମଧ୍ୟରୁ ଆଜି ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବେଣୀପୁର ପଂଚାୟତରୁ ସର୍ବାଧିକ ୬ ଜଣ, ଗୋଲରାହାଟ ପଂଚାୟତରୁ ୨ ଜଣ, ଚାଟରାଚକଡ଼ାରୁ ଜଣେ, ବାଲିଆ ପଂଚାୟତରୁ ଜଣେ ଓ କୁଶିଆପାଳରୁ ଜଣେ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ୍ ଶିଘ୍ର ସଂଗ୍ରହ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି ।
ଡେରାବିଶ

LEAVE A REPLY

Please enter your comment!
Please enter your name here