ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବଢିବାସହ ରବିବାର ଜିଲ୍ଲାରେ ୧୪୨ଜଣ ନୂଆ କୋରନା ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୪୭୬୧ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ମୟୂରଭଞ୍ଜ ଜିଲ୍ଲାରେ ୧୪୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଚିହ୍ନଟ ହୋଇଥିବା ୧୪୨ଜଣଙ୍କ ମଧ୍ୟରୁ ୧୩୮ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବାବେଳେ ୪ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରର ବୋଲି ଜଣାଯାଇଛି ।

ଏହି କରୋନା ଚିହ୍ନଟଙ୍କ ମଧ୍ୟରେ ୧୭ଜଣ ବାରିପଦା ପୌରାଞ୍ଚଳରୁ, ୧୬ଜଣ ବେତନଟୀ ବ୍ଲକରୁ, ୧୩ଜଣ ଠାକୁରମୁଣ୍ଡା ବ୍ଲକରୁ, ୧୦ଜଣ ଲେଖାଏଁ ବଡସାହି, କରଞ୍ଜିଆ ଓ ବହଳଦା ବ୍ଲକରୁ, ୯ଜଣ କରଞ୍ଜିଆ ଏନଏସସିରୁ, ୮ଜଣ ଖୁଣ୍ଟା ବ୍ଲକରୁ, ୭ଜଣ କୁଳିଅଣା ବ୍ଲକରୁ, ୫ଜଣ ଲେଖାଏଁ ଜାମଦା, ମୋରଡା ଓ ଶ୍ୟାମାଖୁଣ୍ଟା ବ୍ଲକରୁ, ୪ଜଣ ସାରସକଣା ବ୍ଲକରୁ, ୩ଜଣ ରରୁଆଁ ବ୍ଲକରୁ, ୨ଜଣ ଲେଖାଏଁ ଉଦଳା ଏନଏସସି, ଶୁକୃଳୀ, ଯଶିପୁର ଓ ବିଶୋଇ ବ୍ଲକରୁ ଏବଂ ଜଣେ ଲେଖାଏଁ ରାଇରଙ୍ଗପୁର ପୌରାଞ୍ଚଳ, କୁସୁମୀ, ରାଇରଙ୍ଗପୁର, ଶୁଳିଆପଦା, ତିରିଂ ଓ ଉଦଳା ବ୍ଲକରୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ୬ଜଣ କୋରନା ଆକ୍ରାନ୍ତ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ।

ଚଳିତ ସେପ୍ଟେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here