ବୋଲଗଡ଼ : କରୋନା ମହାମାରୀ ବିଶ୍ୱରେ ଦ୍ରୁତ ଗତିରେ କାୟା ବିସ୍ତାର କରିଚାଲିଛି । ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଦର ମହକୁମା ସମେତ ଏହାର ଆଖପାଖ ଅଞ୍ଚଳରେ କରୋନା ରାକ୍ଷାସ ସମସ୍ତଙ୍କୁ କବଳିତ କରିବାକୁ ଯେପରି ପ୍ରୟାସ ଜାରୀ ରଖିଛି ।

ଏହି କରୋନାକୁ ଚେକ୍ ଦେବାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏକ ଡାକବାଜୀ ଯନ୍ତ୍ର ଦ୍ୱାରା ବୋଲଗଡ, ତୃତୀୟାପଡା, ଆଦି ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଶନିବାର ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଅଞ୍ଚଳରୁ ସର୍ବାଧିକ ଭାବେ ୪୯ଜଣ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟତଃ ଏକ ସପ୍ତାହ ତଥା ଆସନ୍ତା ୧୩ ତାରିଖ ଶନିବାର ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ବ୍ୟବସାୟିକ କେନ୍ଦ୍ର ସମେତ ବିଭିନ୍ନ ଅନୁଷ୍ଠାନ ବନ୍ଦ ରଖିବାକୁ କଡା ନିଦେ୍ର୍ଦଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here