ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ମୋ ବିଷୟରେ ଆପଣ ବହୁତ କଥା ଶୁଣିଛନ୍ତି ଓ ପଢିଛନ୍ତି । ଯେପରି କରୋନା ଚୀନର ଉହାନ ସହରର ପଶୁ ବଜାରରୁ ସୃଷ୍ଟି ହୋଇ ଆଜି ୨୧୦ଟି ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଏହା ମୋର ପୁଞ୍ଜି ଓ ବଳିଷ୍ଠତାର ପ୍ରମାଣ କି ? ମୋ ଯୋଗୁ ତାଲାବନ୍ଦୀ, କ୍ୱାରାଣ୍ଟାଇନ, ସଟଡାଉନ, ଲକଡାଉନ, ଅନଲକ, ରେଡ-ଗ୍ରିନ-ଅରେଞ୍ଜ ଜୋନ ଆଦି କେତେ କଣ କଟକଣା କରି ଏକ ଘରକିଆ କରିବାର ପ୍ରୟାସ । ଆଜି ପରିବେଶ, ବାୟୁମଣ୍ଡଳ, ନଦୀ, ନାଳ, ପର୍ବତର ସ୍ୱଚ୍ଛତାର ଶିରୋପା ମୋର ମୁଣ୍ଡରେ ଦିଆଯାଏ । କେତେକ ମୃତୁ୍ୟର ସୈାଦାଗର ବୋଲି ମୋତେ କୁହନ୍ତି; କିନ୍ତୁ ଏଠି କିଏ ଅମର କି ? ମନୁଷ୍ୟ ନିଜେ କହେ, ଏଠି ଯିଏ ଜନ୍ମ ହୋଇଛି ତାର ମୃତୁ୍ୟ ନିଶ୍ଚିତ ।

ତେଣୁ ମୋର ମୃତୁ୍ୟର ନିଦାନ ଖୋଜିବାକୁ ଏତେ ବ୍ୟାକୁଳତା ତ ବୁଝି ହେଉଛି; କିନ୍ତୁ ସର୍ବଶକ୍ତିମାନ ବୋଲାଉଥିବା ମନୁଷ୍ୟର ଅସହାୟତା ଦେଖିଲା ପରି । କେତେ ବଡ ବଡ ପରମାଣୁ ବୋମା ରଖିଥିବା ଦେଶ ଆଜି ମୋ ପରି ଭୂତାଣୁ ପାଖରେ ହାବୁଡେଇ ପଡିଛନ୍ତି । ଦୟା-କ୍ଷମା ମୋ ପାଖରେ ବି ଅଛି । ସେଥିପାଇଁ ଗୋଟିଏ ଯାଗାରେ ହିଁ ରହୁଥିଲି । ନିଜେ ଚାଲି ଯାଇ କାହାର କ୍ଷତି କରେ ନାହିଁ । ମୋତେ ସେହି ମନୁଷ୍ୟ ମାନେ ହିଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବୋହି ନେଇ ଗାଁ ଗଣ୍ଡାରେ ପହଞ୍ଚାଇ ଦେଲେ । ମୋତେ ଅଦୃଶ୍ୟ ଦାନବ କହୁଛନ୍ତି, କିନ୍ତୁ ମାନବ ଆଜି ମାନବଠାରୁ ଦୂରେଇ ରହୁଛନ୍ତି । ଏ ଅପବାଦ ବି ମୋ ଉପରେ ଲଦା ଯାଉଛି । ତୁମେ କୁହ: ଜାତି-ଧର୍ମ, ଧନୀ-ଗରିବ, ନେତା-ଜନତା, ଭାଇ-ଭଗାରି ମଧ୍ୟରେ କଣ ମୁଁ ପାଚେରୀ ଠିଆ କରି ପୃଥକ କରିଥିଲି ?

ପୁନଶ୍ଚ ଜନ୍ମ ସ୍ଥାନକୁ ନେଇ କଣ ବାଛବିଚାର କରାଯାଏ । ଯେପରି କିଏ ଗରିବ ଘରେ ଜନ୍ମ ହୋଇଛି ତ କିଏ କେଉଁ ଜାତି ଓ ଧର୍ମରେ । ତେଣୁ ଏତେ ପାତର ଅନ୍ତର, ହିଂସା, ପ୍ରତିଶୋଧ, ମିଥ୍ୟା ଓ ଅହଙ୍କାର କାହିଁକି ? ସତ କହିବାକୁ ଗଲେ ଆମର କରୋନା କରୋନା ଭିତରେ ଏଠି ବାଛବିଚାର ନାହିଁ । ଯିଏ ଯେଉଁଠି ଥିଲେ ବି ଗୋଟିଏ ପରିଚୟ । ଯାହାକୁ ଦୁନିଆ କୋଭିଡ-୧୯ କୁହେ । ପଶୁ ଓ ପକ୍ଷୀଙ୍କ ଠାରୁ ମୋର ସୃଷ୍ଟି କହି ଆକ୍ଷେପ କରାଯାଏ । କୁହନ୍ତୁ ତ ଦେଖି- ମୁଁ ନା ପାଠ ପଢିଛି ନା ମୋର ଏତେ ବିଚାରଶକ୍ତି ଅଛି ଯେ ଜାଣିବି କିପରି କିଏ ମନୁଷ୍ୟ ଓ ପଶୁ ? ଏମାନଙ୍କ ଭିତରେ ଫରକ ଜାଣିବା ମୋ ପରି ଛାର ଭୂତାଣୁ କ୍ଷେତ୍ରରେ କିପରି ସମ୍ଭବ ହେବ । ପୁଣି ଏବେ ପଶୁଡାକ୍ତରଙ୍କୁ ତାଲିମ ଦିଆଯାଉଛି କରୋନା ରୋଗୀଙ୍କୁ ଚିକିସôା କରିବାକୁ । ମାନବିକତା, ଉଦାରତା, ସହନଶୀଳତା ଆଜି ମନୁଷ୍ୟ ପାଖରେ ଦେଖିବାକୁ ନ ମିଳି ନୃଶଂସତାର ସୀମା ଡେଉଁଛି । ପଶୁ ତ ନିଜ ସୀମା ଓ ସଂଜମରେ ରହୁଛି । ତାର ବି ଅଧିକାର ଓ ସ୍ୱାଧିନତା ଅଛି । ଏ କଥା ମୁଁ କଣ ବେଶୀ ମନୁଷ୍ୟଙ୍କୁ ବୁଝାଇବି ? ଲୋକେ କୁହନ୍ତି ମୁଁ ବାଦୁଡିରୁ ଭୂତାଣୁ ରୂପେ ଆସିଥିଲେ ବି ବାଦୁଡିର କିଛି କ୍ଷତି କରେ ନାହିଁ ।

ସମସ୍ତ ଜୀବମଣ୍ଡଳ ନିଜକୁ ସୁହାଇଲା ପରି ଜଗତରେ ରୁହନ୍ତି । ସେଥିରେ ବିଚୁ୍ୟତ ହେଲେ ବିଶୃଙ୍ଖଳା ହେବା ଥୟ । ତା ପରେ ଜୀବଜଗତରେ ପରିସଂଖ୍ୟାନ ବିଗିଡିଯାଏ ତ କେତେକେ ଲୋପ ପାଆନ୍ତି ଓ କିଏ ଜୀବନ ବଞ୍ଚିବାକୁ ସଂଘର୍ଷ କରେ । ଆମେ ଜାଣନ୍ତି ବାଘକୁ ଜଙ୍ଗଲରୁ ଆଣି ଲୋକ ଗହଳିରେ ନା ରଖିପାରିବା ନା ମନୁଷ୍ୟ ଯାଇ ଘଞ୍ଚଜଙ୍ଗଲରେ ଚଳିପାରିବ । ଠିକ ସେପରି ପଶୁପକ୍ଷୀଙ୍କ ଶରୀରରେ ଥିବା ଭୂତାଣୁ ମନୁଷ୍ୟ ଶରୀରକୁ ଆସିଲେ ଅବସ୍ଥା ଯାହା । କିନ୍ତୁ ଏହାର ବିପରୀତ ହେଉ ନାହିଁ ? ତେଣୁ ସନ୍ତୁଳନ ପ୍ରତ୍ୟେକ କ୍ଷେତ୍ରରେ ନିତ୍ୟାନ୍ତ ଜରୁରୀ ।

ମୁଁ ଜାଣେ ମୋ ଠାରୁ ଦୂରରେ ରହିବାକୁ ମୁହଁରେ ମାସ୍କ ପିନ୍ଧି ଓ ହାତ, ଗୋଡକୁ ବାରମ୍ବାର ସାବୁନରେ ଧୋଉଛନ୍ତି । ଆଉ ଏକଥା ବି ଜାଣେ ଯେ ମନୁଷ୍ୟ ଶରୀରର ଭିତରକୁ ପରିଷ୍କାର-ପରିଚ୍ଛନ ରଖିବାକୁ ସାବୁନ, ସର୍ଫ ନା ପିଇପାରିବ ନା ଖାଇପାରିବ ! ମନୁଷ୍ୟ ଭିତରେ ଜମାଟ ବାନ୍ଧିଥିବା ମଇଳା ଏଥିରେ ସଫା ହେବ ନାହିଁ । ତାହା ଦୂର ହେବ ଷଡରୀପୁକୁ ଜୟ କଲେ । ଯଥା- କାମ, କ୍ରୋଧ, ଲୋଭ, ମୋହ, ମାୟା, ମାସôର୍ଯ୍ୟ । ଏ ଗୁଣ ମୋ ପାଖରେ ଥିଲେ ମୁଁ ଶ୍ରେଷ୍ଠ ଜୀବ ମନୁଷ୍ୟର ହୃଦୟ ଓ ଫୁସଫୁସକୁ ଜୟ କରି ପାରି ନଥାନ୍ତି ବୋଧହୁଏ ! ଆପଣ ପଛେ କହି ପାରନ୍ତି ପଶୁଠାରୁ ମୁଁ ମନୁଷ୍ୟ ପାଖକୁ ଆସିଛି ।

ହଁ ଆସିଛି ଦେଖିବାକୁ- ସେହି ସମାନ ମନୁଷ୍ୟର ଗଳାରେ କିପରି ନିଜ ପାଇଁ ଚିକôାର କରୁଥିବା ବେଳେ, ଅନ୍ୟାୟ-ଅନୀତି-ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ବେଳେ କିପରି ଶିଥିଳ ପଡିଯାଏ ? ଆଉ ସେହି ମନୁଷ୍ୟ ହୃଦୟର କଥା ଶୁଣେ ନା ମସ୍ତିଷ୍କର ? ମୁଁ ମସ୍ତିଷ୍କ ନୁହେଁ, ଗଳାରୁ ହୃଦୟକୁ ଯାଏ । ଦେଖେ, ଏହି ମନୁଷ୍ୟ ହୁଦୟ କିପରି ଓ କାହିଁକି କ୍ରୁର ଓ କଠୋର ହୋଇଯାଏ ଏବଂ ମଣିଷପଣିଆ ଲୋପ ପାଇଯାଇ ପଶୁତୁଲ୍ୟ ହୋଇଯିବାର ଅଭିଯୋଗଟି କେତେ ସତ ? କଥା କଥାରେ ମୁଁ ଶୁଣିବାକୁ ପାଇଛି, ଆରେ ତୁ ମନୁଷ୍ୟ ନା ପଶୁ ? କିନ୍ତୁ ଏତେ ଦିନ ପଶୁ-ପକ୍ଷୀଙ୍କ ଶରୀରରେ ରହି ଏବେ ଆସି ମନୁଷ୍ୟ ଶରୀରରେ ପ୍ରବେଶ କରିଲା ପରେ ମୋ ଠାରୁ କିଏ ବେଶୀ ଜାଣିପାରିବ ଯେ କିଏ ମନୁଷ୍ୟ କିଏ ପଶୁ ?

ଏଠି କାନ୍ଥ ବାଡର ବି କାଳେ କାନ ଅଛି । ତିଳକୁ ତାଳ କରିଦେବେ । ତେଣୁ ମୁଁ ବେଶୀ କିଛି କହୁ ନାହିଁ । ନିଜେ ନିଜକୁ ପରଖନ୍ତୁ । ତେଣେ ପୃଥିବୀର ୭୦୦ କୋଟିରୁ ଉଦ୍ଧ୍ୱର୍ ମନୁଷ୍ୟ ବୋଲାଉଥିବା ଜୀବ ଆଜି ମୋ ପଛରେ ପଡିଛନ୍ତି । ମୋର ସେମାନଙ୍କ ପ୍ରତି ରାଗ-ଋଷା-ଅଭିମାନ କିଛି ନାହିଁ । ଏହା ମୁଁ ତାଙ୍କଠାରୁ ହିଁ ଶିଖିଛି । ମୋର ଖାଲି ଏତିକି ଅନୁରୋଧ ଯେ ମୁଁ ଯେଉଁଠି ଥିଲି ମୋତେ ସେଇଠି ଶାନ୍ତିରେ ରହିବାକୁ ଦିଆଯାଉ । ମୋ ସହିତ ସମସ୍ତ ଜୀବ ଜଗତକୁ ବି । ନିଜ ସହିତ ଅନ୍ୟମାନଙ୍କ କଥା ଏଇଥିପାଇଁ କହିଲି ଯେ, ମୋର ନେତା ହେବାର ନାହିଁ; କିନ୍ତୁ ଏତେ ଦିନ ମନୁଷ୍ୟଙ୍କ ଗହଣରେ ରହିଲା ପରେ ଜାଣିଲି, ଏଠି ପ୍ରକୃତରେ କେତେକ ମନୁଷ୍ୟ ଅଛନ୍ତି ।

ଯିଏ ନିଜ ଅପେକ୍ଷା ଅନ୍ୟର ଚିନ୍ତା ବେଶୀ କରନ୍ତି । ସେମାନଙ୍କୁ ଆଗକୁ ଆସିବାକୁ ହେବ । ଏ ସଂସାରର ସୁରକ୍ଷା ପାଇଁ ଦଧୀଚ ଋଷି ପରି ମୋର ଶରୀର ନାଶ ହେଉ । ମୁଁ ଚାହେଁନି ମୋ ପାଇଁ ମନୁଷ୍ୟ ସମାଜର ସର୍ବନାଶ ହେଉ । ଆଜି ନହେଲେ କାଲି ଗବେଷଣାରତ ମନୁଷ୍ୟ େଓ÷ାଷଧ ବାହାର କରିବେ ନିଶ୍ଚିତ । ଏହା ପୂର୍ବରୁ ସୁଧୁରିଯାଇ ପର୍ଯ୍ୟାବରଣ ଅନୁକୂଳ ବ୍ୟବସ୍ଥା ହେଉ ଓ ସ୍ୱାବଲମ୍ବୀ ହୁଅନ୍ତୁ । ତେଣୁ ଭୁଲକୁ ଠିକ କରିବା ଉଦେ୍ଦଶ୍ୟରେ ମାର୍ଜିତ ଭାଷା ପ୍ରୟୋଗ କରି ଖସିଯିବାର ଅପପ୍ରୟାସରୁ ବିଚୁ୍ୟତ ରୁହନ୍ତୁ । ରୋଗୀକୁ ନୁହଁ ରୋଗକୁ ଘୃଣା କରନ୍ତୁ । ଏତିକି ଏହି ଅଧମ କରୋନାର ଶେଷ ଇଚ୍ଛା !

LEAVE A REPLY

Please enter your comment!
Please enter your name here