ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଜଣେ ୨୧ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାର ରିପୋର୍ଟ ଆସିଛି । ଚଳିତ ମାସ ୨୫ ତାରିଖରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧରେ ଥିଲେ ଏବଂ ତାଙ୍କର ସ୍ୱାବ୍ ନମୁନାରୁ ପଜିଟିଭ୍ ଜଣାପଡିଛି । ତାଙ୍କର କୋ÷ଣସି କରୋନା ଲକ୍ଷଣ ନଥିଲା । ଆଜି ତାଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ବଅଁରପାଳ ବ୍ଲକ ଅଚଂଳର ଏକ ୫୨ ବର୍ଷୀୟ ବ୍ୟକ୍ତି କଟକର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ସ୍ୱାବ୍ ନମୁନା ପରୀକ୍ଷାରୁ ପଜିଟିଭ୍ ଜଣାପଡିଛି । ଏହି ୨ ଜଣ ପଜିଟିଭ୍କୁ ମିଶାଇ ଜିଲ୍ଲାରେ ବର୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୬୬ରେ ପହଁଚିଛି ।

ଏହାଛଡା ଆଜି ୪ ଜଣ ସୁସ୍ଥ ହୋଇ କରୋନା କେୟାର ସେଟଂରକୁ ସ୍ଥାନାନ୍ତର ହୋଇଥିବା ବେଳେ ପୂର୍ବରୁ କଣିହାଁର ଏକଶିଳ୍ପ ସଂସ୍ଥାରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ଓ ତାଳଚେର କୋଭିଡ୍ ହସ୍ପିଟାଲରୁ ଜଣେ ଡାକ୍ତର ପଜିଟିଭ୍ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ଏହି ୬ ଜଣ ସୁସ୍ଥଙ୍କୁ ମିଶାଇ ବର୍ତମାନ ୫୪ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here