ଗୋବର୍ଧନ ପାହାଡକୁ ଗିରିରାଜ ପାହାଡ ବୋଲି କୁହାଯାଏ l ଶ୍ରୀକୃଷ୍ଣ ନିଜ କାଣୀ ଆଙ୍ଗୁଠି ରେ ଗୋବର୍ଧନ ପର୍ବତକୁ ଉଠାଇ ଗୋପ ବାସୀଙ୍କୁ ଦେବରାଜ ଇନ୍ଦ୍ରଙ୍କ ପ୍ରକୋପରୁ ରକ୍ଷା କରିଥିଲେ l ଗୋବର୍ଧନ ପର୍ବତ ମଥୁରାରୁ ମାତ୍ର ୨୨ କି .ମି ଦୂରରେ ଅବସ୍ଥିତ l ପୁରାଣରେ ବର୍ଣିତ ଅଛି ଏକଦା ଗୋପବସି ଇନ୍ଦ୍ରଙ୍କ ପୂଜା ନକରି ଗୋବର୍ଧନଙ୍କୁ ପୂଜା କରିଥିଲେ l ଇନ୍ଦ୍ର କ୍ରୋଧିତ ହୋଇ ଦିନରାତି ବୃଷ୍ଟି କରିବାକୁ ଲାଗିଲେ l ଶ୍ରୀକୃଷ୍ଣ ଗୋବର୍ଧନଙ୍କୁ ନିଜ କାଣୀ ଆଙ୍ଗୁଠିରେ ଉଠାଇ ନେଲେ ଓ ଗୋବର୍ଧନଙ୍କ ତଳେ ଗୋପବାସୀ ଆଶ୍ରୟ ନେଇ ବର୍ଷରୁ ରକ୍ଷା ପାଇଥିଲେ l

ପୁରାଣର ମାନ୍ୟତାର ଅନୁସାରେ ପୂଲସ୍ତ୍ୟ ରୁଷି ଗୋବର୍ଧନ ପର୍ବତ ଙ୍କୁ ଦ୍ରୋଣାଚଳ ପର୍ବତରୁ ବଜ୍ରର ଆଘାତରେ ଆଣିଥିଲେ l କେହି କେହି ମତ ଦିଅନ୍ତି ତ୍ରେତୟା ଯୁଗରେ ରାମ ସେତୁ ନିର୍ମାଣ ଚାଲିଥିଲା ବେଳେ ମହାବୀର ହନୁମାନ ଏହି ଗୋବର୍ଧନ ପର୍ବତ କୁ ଉତରା ଖଣ୍ଡରୁ ଆଣିଥିଲେ l କିନ୍ତୁ ସେତେବେଳେ ଦୈବୀବାଣୀ ହେଲା ଯେ ସେତୁ ବନ୍ଧର କାର୍ଯ୍ୟ ନିର୍ମାଣ ସରିଗଲାଣି ତାପରେ ହନୁମାନ ଏହି ପର୍ବତକୁ ଏଠାରେ ସ୍ଥାପନ କରି ଦକ୍ଷିଣ ଦିଗକୁ ଚାଲିଗଲେ l

ପାଞ୍ଚ ହଜାର ବର୍ଷ ପୂର୍ବରୁ ଗୋବର୍ଧନ ପର୍ବତ ୩0,000 ମିଟର ଉଚ୍ଚ ଥିଲା l କିନ୍ତୁ ବର୍ତ୍ତମାନ ଏହା କେବଳ ୩0 ମିଟର ହିଁ ରହି ଯାଇଛି l ପୁରାଣରେ ବର୍ଣିତ ଅଛି ପୁଲସ୍ତ ରୁଷି ଗୋବର୍ଧନ ଙ୍କୁ ଅଭିଶାପ ଦେଇ ଥିଲେ ଯେ “ହେ ଗୋବର୍ଧନ ତୁମେ ଦିନେ କ୍ଷୟ ହୋଇଯିବ “l ତାଙ୍କର ଅଭିଶାପରୁ ପ୍ରତ୍ୟକଦିନ ଗୋଟିଏ ମୁଠା ମାଟି କମି ଯାଏ l ବୈଷ୍ଣବମାନେ ମାନନ୍ତି ଯେ ଗୋବର୍ଧନ ଙ୍କ ଉପରେ ଶ୍ରୀକୃଷ୍ଣ ରାତିରେ ଶୟନ କରନ୍ତି l ତେଣୁ ସେମାନେ ଗୋବର୍ଧନ ଙ୍କୁ ପୂଜା କରନ୍ତି l ପ୍ରତି ବର୍ଷ ଗୁରୁ ପୁର୍ଣିମା ଦିନ ଏହି ପର୍ବତକୁ ପରିକ୍ରମା କଲେ ଭଗବାନ ଙ୍କ ଆଶୀର୍ବାଦ ମିଳିଥାଏ l କୁହାଯାଏ ଯେ ଗୋବର୍ଧନ ପର୍ବତରେ ଏକ ଗୁମ୍ଫା ଅଛି ଯାହା ରାଜସ୍ଥାନ ରେ ଥିବା ଶ୍ରୀନାଥ ଦ୍ୱାରରେ ଯାଇ ବାହାରିଛି l

ପ୍ରଥମେ ସମସ୍ତେ ଭାବୁଥିଲେ ଏହି ପର୍ବତରୁ ମାଟି ଅବୈଧ ଭାବରେ ଚୋରି ହଉଚି କିନ୍ତୁ ପରେ ଦେଖାଗଲା ଯେ ସ୍ଥାନୀୟ ପ୍ରଶାସନ ଏହି ପର୍ବତ ଟିର ଚତୃପାର୍ଶ୍ଵ କୁ ୨୧ କି .ମି ତାର ଜାଲିରେ ଆବଦ୍ଧ କରିଛି l ତଥାପି କିପରି ଏଠାରୁ ମାଟି କ୍ଷୟ ହେଉଛି ତାହା କେହି ଜାଣି ପାରୁନାହାନ୍ତି l ଗୋବର୍ଧନ ପର୍ବତର ଚାରି କଡରେ ବିଭିନ୍ନ ସହର ଓ ଗ୍ରାମ ଅଛି l ଦୂରରୁ ଦେଖିଲେ ଏମିତି ଲାଗିବ ଯେପରି ପୁରା ସହରଟା ଗୋବର୍ଧନ ପର୍ବତ ଉପରେ ଅବସ୍ତିତ l

LEAVE A REPLY

Please enter your comment!
Please enter your name here