ଜାନୁଆରୀ ୧୫ ସୁଦ୍ଧା ଚିଠି , ଇମେଲ , ହ୍ୱାଟସ୍ଆପ୍ ରେ ମତାମତ ଦେଇହେବ

ଭୁବନେଶ୍ୱର, ୦୨ ଜାନୁଆରୀ – ଓଡ଼ିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ରାଜ୍ୟବାସୀଙ୍କ ପରାମର୍ଶ ଲୋଡ଼ିଛି । ଇଛୁକ ଅନୁଷ୍ଠାନ ଓ ବ୍ୟକ୍ତିମାନେ ଚଳିତ ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ସେମାନଙ୍କର ମତାମତ ନିମ୍ନ ଠିକଣାରେ ପଠାଇବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ମତାମତ ପଠାଇବା ପାଇଁ ଚିଠି , ଇମେଲ କିମ୍ବା ହ୍ୱାଟସ୍ଆପ୍ କରିହେବ ।
ଶ୍ରୀ ଗଣେଶ୍ୱର ବେହେରା,ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି, କଂଗ୍ରେସ ଭବନ, ୟୁନିଟ-୨, ଭୁବନେଶ୍ୱର- ୭୫୧୦୦୯ ରେ ଚିଠି ଲେଖି ମତାମତ ଦେଇପାରିବେ । ସେହିପରି ୯୯୩୭୬୦୨୭୦୧ ନମ୍ବରରେ ହ୍ୱାଟସ୍ଆପ୍ କରି କିମ୍ବା ଶବଦ୍ଭରଗ୍ଦଙ୍ଗବକ୍ସଭରଷରକ୍ସବଅଶବଜ୍ଞବସକ୍ଷ.ମକ୍ଟଜ୍ଞ ରେ ଇମେଲ କରି ମତାମତ ରଖିବାକୁ ଇସ୍ତାହାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ଅନୁରୋଧ କରିଛନ୍ତି । “ କଂଗ୍ରେସ ଇସ୍ତାହାର, ଆମର ସ୍ୱର” ପ୍ରସ୍ତୁତି କାର୍ଯ୍ୟରେ ରାଜ୍ୟବାସୀଙ୍କ ସହାୟତା ଏକ ମହତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲିି ଇସ୍ତାହାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here