ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଦଳିତ ଏବଂ ଆଦିବାସୀଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ପରିପ୍ରେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତିବିଭାଗ ତରଫରୁ ଏକ ମହାସମାବେଶ ଆସନ୍ତା ତା ୨୭.୧୧.୨୦୧୮ ରିଖ ଅପରାହ୍ନ ୩ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ହେବ । ଏ ବିଷୟରେ ଅଧିକ ସୂଚନା ପ୍ରଦାନ କରି ପ୍ରଦେଶ କଂଗ୍ରେସ ଅନୁସୁଚିତ ବିଭାଗ ମୁଖ୍ୟ ତଥା ପୂର୍ବତନ ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ ଉକ୍ତ ମହାସମାବେଶରେ ଅତିଥି ଭାବେ ଯୋଗଦେବେ ପୂର୍ବତନ ଲୋକସଭା ବାଚସ୍ପତି ମିରାକୁମାର, ସର୍ବଭାରତୀୟ ଦଳିତ ନେତା ଜିଗ୍ନେଶ ମେୱାନି, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ ପ୍ରଦେଶ କଂଗ୍ରେସର ସମସ୍ତ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଅନନ୍ତ ଚରଣ ସେଠୀ ଏବଂ ଶ୍ରୀ ଗଣେଶ୍ୱର ବେହେରା ତଥା ସମସ୍ତ ବିଧାୟକଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି
ମହାସମାବେଶରେ ୨୫ ହଜାରୁ ଉର୍ଦ୍ଧ ଦଳିତ ଲୋକଙ୍କ ସମାବେଶ ହେବା ସହିତ ଅନୁସୂଚିତ ଜାତି ଏବଂ ଜନଜାତି ପରିବାରଙ୍କର ନ୍ୟାଯ୍ୟ ଦାବୀ ପ୍ରତି ସରକାରଙ୍କର ଉଦାସୀନତା ବିରୁଦ୍ଧରେ ସ୍ୱରଉତୋଳନ କରାଯିବ । ପ୍ରମୁଖ ନ୍ୟାଯ୍ୟଦାବୀ ମଧ୍ୟରେ, ଘରଡିହ ନଥିବା ଦଳିତ ତଥା ଆଦିବାସୀ ପରିବାର ଗୁଡ଼ିକୁ ଘରଡିହ ଯୋଗାଇ ଦିଆଯିବା, ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତିର ଅର୍ଥ ରାଶିକୁ ଠିକ୍ ସମୟରେ ପ୍ରଦାନ କରାଯିବା ଏବଂ ମାଟ୍ରିକ ପାସ ଛାତ୍ରଛାତ୍ରୀଙ୍କର ବୃତିରାଶିକୁ ଅନ୍ୟାୟ ଭାବରେ କେନ୍ଦ୍ରସରକାରଙ୍କ
ଦ୍ୱାରା କାଟି ଦିଆଯିବା, ଦଳିତ ଓ ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଉପଯୋଜନାରେ ବ୍ୟବସ୍ଥିତ ଅର୍ଥକୁ ନିର୍ଦ୍ଧାରିତ ଗାଇଡ ଲାଇନ୍ ଭିତିରେ ସାମୁହିକ ଉନ୍ନତିରେ ବିନିଯୋଗ କରାଯିବା, ଦଳିତ ଓ ଆଦିବାସୀ ଗ୍ରାମଗୁଡ଼ିକୁ ରାସ୍ତା, ପିଇବା ପାଣି, ବାସଗୃହ, ପାଇଖାନା, ବିଜୁଳି ଆଲୋକ ଯୋଗାଇ ଦିଆଯିବା, ଦଳିତ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କପାଇଁ ସମାନ ଉନ୍ନତ ଶିକ୍ଷା ବ୍ୟବସ୍ଥା ଓ ଇଂରାଜୀ ମାଧ୍ୟମ ଶିକ୍ଷାଦାନ ପ୍ରଚଳନ କରାଯିବା, ସେମାନଙ୍କ ପାଇଁ ଉନ୍ନତ ମାନର ମାଗଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବ୍ୟବସ୍ଥା କରାଯିବା, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବା, ରାଜ୍ୟର ଦଳିତ ଓ ଆଦିବାସୀଙ୍କ ନିରାପତା ପାଇଁ କମିଶନ ଗଠନ କରାଯିବା ତଥା ଚିଲିକା ବିଲ୍କୁ ଆଇନର ପରିଣତ କରିବା ଏବଂ ନିଯୁକ୍ତି କ୍ଷେତ୍ରରେ ଖାଲି ଥିବା ସଂରକ୍ଷିତ ଆସନ ଗୁଡ଼ିକୁ ଦଳିତ ଓ ଆଦିବାସୀଙ୍କୁ ନିଯୁକ୍ତି ଦିଆଯିବା ପ୍ରଭୁତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଭୁପ୍ରସାଦ ତରାଇ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋଜ ମହପାତ୍ର, ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତଥିଲେ ।

Loading...

LEAVE A REPLY

Please enter your comment!
Please enter your name here