ଭୁବନେଶ୍ୱର : ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ମାଷ୍ଟରକ୍ୟାଂଟିନ ଛକସ୍ଥିତ ନେହେରୁ ପାର୍କରେ ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶୁଭେନ୍ଦୁ ମହାନ୍ତି, ସୁମିତ୍ରା ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିରେନ୍ ମୋହନ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜୟଶ୍ରୀ ପଟ୍ଟନାୟକ, ପଦ୍ମାକର ଗୁରୁ, ଜ୍ୟୋତିଷ ସାହୁ, ବଂଶୀଧର ବିଶ୍ୱାଳ, ହଳଧର ସେଠୀ, ରାମକୃଷ୍ଣ ପରିଡା, ମନୋରଞ୍ଜନ ରାଉତରାୟ, ଜୟକୃଷ୍ଣ ମଲିଆ, ସ୍ୱାଧିନବାଳା ଦାସ, ଶ୍ରୀୟା ମହାନ୍ତି, ବିକ୍ରମ ସାହୁ, ସଂକୁନା କହଁର, କୈଳାସ ସାହୁ, ଦୀପା ଚୌଧୁରୀ, ସଂଜୟ ମିଶ୍ର, ପଂଚାନନ ମଣ୍ଡଳ, ତରୁଣ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ପ୍ରିୟବ୍ରତ ସାହୁ, ଦେଓ ପ୍ରସାଦ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଦେବେନ୍ଦ୍ର ପ୍ରସାଦ ଦାସ, ନିରଞ୍ଜନ ନାୟକ ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା ଓ ସେବାଦଳର କର୍ମୀ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here