ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସ ନେତା ହାତରେ ଗଙ୍ଗାଜଳ ନେଇ ଶପଥ କରିଛନ୍ତି, ରାଜ୍ୟରେ ଦଳ କ୍ଷମତାରେ ଆସିବାର ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ କରିବେ । ଏହି ଅବସରରେ ପ୍ରବକ୍ତା ରାଧିକା ଖେଡା ଓ ଜୟବୀର ଶେରଗୀଲ ମଧ୍ୟ ଉପସ୍ଥିତ ଥିଲେ । ଛତିଶଗଡର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରର ମୋଦି ସରକାର ଦେଶର ୧୫ ଉଦ୍ୟାଗପତଙ୍କ ୩ .୫୦ ଲକ୍ଷ ଋଣ ଛାଡ କରିଦେଇଛନ୍ତି । ତେବେ ତାଙ୍କୁ ଦେଶର କୃଷକଙ୍କର ମଧ୍ୟ ଋଣ ଛାଡ କରିବା ଆବଶ୍ୟକ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡ କୃଷକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ନିର୍ବାଚନ ପରେ କଂଗ୍ରସ ଦଳ କ୍ଷମତାକୁ ଆସିବାର ଦଶ ଦିନ ମଧ୍ୟରେ ଋଣ ଛାଡ କରାଯିବ । ଛତିଶଗଡ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭୁପେଶ ବଘେଲ ରାଜ୍ୟରେ କୃଷି ଋଣ ଛାଡ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ଜଣାଇଥିଲେ । ଭାଜପା ଶାସିତ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ କୃଷକମାନଙ୍କ ଋଣ ଛାଡ ପରେ ଛତିଶଗଡ ଉପରେ ଚାପ ବଢି ଯାଇଛି । କି;ୁ ଛତିଶଗଡ କୃଷିମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ବ୍ରଜମୋହନ ଅଗ୍ରୱାଲ କୃଷି ଋଣ ଯୋଜନା ଆଣିବାକୁ ମନା କରିଦେଇଥିଲା ।

Loading...

LEAVE A REPLY

Please enter your comment!
Please enter your name here