କେନ୍ଦ୍ରାପଡ଼ା, ୧୧ ଅପ୍ରେଲ  : କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏହି ନିର୍ବାଚନ ପରିଚାଳନା ପାଇଁ ଏକ ୧୦ ଜଣିଆ ଟିମ୍ ଗଠିତ ହୋଇଛି । ଏହି କମିଟିରେ ସଭାପତି ଭାବେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଥିବାବେଳେ ଆବାହକ ଭାବେ ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି ନିଯୁକ୍ତ ହୋଇଛନ୍ତି । ସେହିପରି କମିଟିରେ ମୁକ୍ତାର ଖାଁ, ଧରଣୀଧର ସୁଆର, ପ୍ରଫୁଲ୍ଲ କୁମାର ସାହୁ, ଶରତ କୁମାର ବେହୁରା, ହିବଜୁର ରହେମାନ୍, ସଂଜୟ ରାଉତ, ସିଦ୍ଧାର୍ଥ ଜେନା ଓ ଆଶିଷ ମେକାପ ପ୍ରମୁଖ ସ୍ଥାନ ପାଇଛନ୍ତି । ଅପରପକ୍ଷରେ ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଏକ ୨୦ ଜଣିଆ ନିର୍ବାଚନ ପ୍ରଚାର କମିଟି ଗଠିତ ହୋଇଛି । ଏହି କମିଟିରେ ସମ୍ଭୀତ୍ ଶ୍ରୀଚନ୍ଦନ, ମୀର ମୃସିଦ୍, ଦେବନାରାୟଣ ମହାନ୍ତି, ମହିଳା ସଭାନେତ୍ରୀ ଅନ୍ନପୂର୍ଣ୍ଣା ଦାସ, ଗୋପିନାଥ ବାରିକ, ରାଜେଶ ମହାନ୍ତି, କୃ୍ଷ୍ଣପ୍ରସାଦ ଦାସ, କାଳି ପଣ୍ଡା, କମଳାକାନ୍ତ ବେହେରା, ସୈାମେନ୍ଦ୍ର ପୃ୍ଷ୍ଟି, ଅବଦୁଲ୍ ସତାର ପ୍ରମୁଖ ଏହି କମିଟିରେ ସ୍ଥାନ ପାଇଛନ୍ତି । ଏହି ଦୁଇ କମିଟି ଗଣେଶ୍ୱରଙ୍କ ପାଇଁ ନିର୍ବାଚନ ପରିଚାଳନା ଓ ନିର୍ବାଚନ ପ୍ରଚାରର ଦାୟିତ୍ୱ ନିର୍ବାହ କରିବେ ।

LEAVE A REPLY

Please enter your comment!
Please enter your name here