ନୂଆଦିଲ୍ଲୀ : ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ,କିନ୍ତୁ ସେଠାରେ ଅସୁବିଧା ଦୂର ହେବାର ନାଁ ନେଉନାହିଁ l ଗତ ବର୍ଷ କରୋନା ସେଠାକାର ଲୋକ ମାନଙ୍କୁ ଅତ୍ୟନ୍ତ ଅସୁବିଧାରେ ପକାଇ ଥିଲା ,ବର୍ତ୍ତମାନ ବରଫର ଝଡ ଓ ଥଣ୍ଡା ସେଠାକାର ଲୋକ ମାନଙ୍କର ବଂଚିବାକୁ ଦୁର୍ବିସ କରି ସାରିଲାଣି l ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଘର ଭିତରେ ଥିବା ପଙ୍ଖାର ମଧ୍ୟ ବରଫ ଜମି ଗଲାଣି l ବରଫ ତୋଫାନ ଓ ଥଣ୍ଡା କାରଣରୁ ଅଧିକାଂଶ ରାଜ୍ୟରେ ବିଜୁଳି ମଧ୍ୟ ନାହିଁ l ଲୋକମାନଙ୍କୁ ରୋଷେଇ ପାଇଁ ଇନ୍ଧନ ଗ୍ୟାସ ମଧ୍ୟ ମିଳୁନାହିଁ ଏବଂ ହିତାର ମଧ୍ୟ କାମ କରୁନାହିଁ l ଲୋକମାନେ ଭୀଷଣ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ କାର ଭିତରେ ଓ ଘର ଭିତରେ ବନ୍ଦ କରି ରଖିଛନ୍ତି l

କାର ଓ ଘର ଭିତରେ କାର୍ବନ ମନୋକ୍ସାଇଡ ବଢ଼ିଯିବ କାରଣରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି l ଭୀଷଣ ଥଣ୍ଡା କାରଣରୁ ପଣି ସପ୍ଲାୟରେ ମଧ୍ୟ ବାଧା ଉପୁଜିଛି l ପାଣି ପିଆଇପି ଗୁଡିକରେ ବରଫ ଜମିଜିବା କାରଣରୁ ତାହା ଫାଟି ଯଇଛି l ଏହି ବରଫ ଝଡ଼ ଓ ଥଣ୍ଡା କାରଣରୁ ଦୁଇ କୋଟି ୯ ଲକ୍ଷ ଲୋକ ପ୍ରଭଵିତ ହୋଇଛନ୍ତି l ପାଣି ନମିଳିବାରୁ ଲୋକମାନେ ବରଫକୁ ଏକାଠି କରି ଗରମ କରି ପାଣି ଭାବରେ ପିଉଛନ୍ତି l ବର୍ତ୍ତମାନ ଆମେରିକାରେ ବାଇଡେନଙ୍କର  ବିରୋଧୀ ଦଳ ଏହି ଅସୁବିଧା ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି l ଯାହାକୁ ଆଖିଆଗରେ ରଖି ପ୍ରଶାସନ ବର୍ତ୍ତମାନ କର୍ଯ୍ୟ କରିବାରେ ତତ୍ପରତା ଦେଖାଇବେ ବୋଲି ଜନସାଧାରଣ ଆଶା ରଖିଛନ୍ତି l

LEAVE A REPLY

Please enter your comment!
Please enter your name here