ଖଇରା,୧୭ ।୫ଖଇରା ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠନ ତରଫରୁ କରୋନା ଭଳି ବିଶ୍ୱ ମହାମାରୀର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହିଙ୍କ ଜରିଆରେ ଶନିବାର ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷାଧିକାରୀ ଧରଣିଧର ପାତ୍ର,ସହ ଶିକ୍ଷାଧିକାରୀ ସୁଦର୍ଶନ ରାଉତ,ଗୋଲକ ବିହାରୀ ପାଢୀ,ଶ୍ରୀଧର ବେହେରା,ଶିକ୍ଷକ ସମନ୍ୱୟ ସମିତିର ଉପଦେଷ୍ଟା,କମଳଲୋଚନ ଜେନା,ସମିତର ସମ୍ପାଦକ ବିଜୟ କୁମାର ଦ୍ୱିବେଦୀଙ୍କ ଉପସ୍ଥିତିରେ ବିଭିନ୍ନ ସଂଘର କର୍ମକର୍ତ୍ତ ମାନେ ୪ଲକ୍ଷ୧୩ହଜାର୭ଶହ ଟଙ୍କାର ଚେକ ମନ୍ତ୍ରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଥିଲେ ।

ଓଲୋସ୍ତା ର ସଭାପତି ଦାମୋଦର ସେଣ୍ଡ,ସମ୍ପାଦକ ନିତ୍ୟାନନ୍ଦ ସାହୁ,ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି କୈଳାସ ଚନ୍ଦ୍ର ବେହେରା,ସମ୍ପାଦକ ଚିତ୍ତ ରଞ୍ଜନ ମହାପାତ୍ର,ସଙ୍ଗଠନ ସମ୍ପାଦକ ସନ୍ତୋଷ ଦକ୍ଷିଣରାୟ,ଏନପିଏସ ସଙ୍ଗଠନର ସଭାପତି ଲମ୍ବୋଦର ଦାସ,ସମ୍ପାଦକ ସୁଦର୍ଶନ ସେଠୀ,ଏକ୍ସ କ୍ୟାଡର ସଂଘର ସଭାପତି ଜନାର୍ଦ୍ଦନ ସାମଲ,ସମ୍ପାଦକ ମହେନ୍ଦ୍ର ବରିସାଲ,କନିଷ୍ଠ ଶିକ୍ଷକ ସଂଘର ସଭାପତି ରଞ୍ଜନ କୁମାର ମହଲା,ସମ୍ପାଦକ ସନ୍ତୋଷ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here