ଭୁବନେଶ୍ୱର, ୪-୧୧-୧୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧୀ ଅଭିଯାନରେ ଗୋଟିଏ ପରେ ଗୋଟିଏ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ୫ଟି ଓ ମୋ ସରକାର ଆସିବା ପରେ ରାଜ୍ୟରେ ଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ମୁଣ୍ଡବ୍ୟଥା ବଢିଛି । ଗତ କିଛିଦିନ ତଳେ ୧୦ରୁ ଅଧିକ ପ୍ରଶାସନିକ ଅଧିକାରୀ ତଥା ପୋଲିସ କର୍ମୀଙ୍କୁ କାର୍ଯ୍ୟରୁ ନବୀନ ବରଖାସ୍ତ କରିଥିଲେ । ଏହି ତାଲିକାରେ ଆଜି ଆଉ ୬ଜଣ ଅଫିସର ସାମିଲ ହୋଇଯାଇଛନ୍ତି । ଆଜି ୬ଜଣ ଅଫିସରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଏହି ଅଧିକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନର ବିଭିନ୍ନ ବିଭାଗରେ ନିୟୋଜିତ ହୋଇଥିଲେ । ଏହି ୬ଜଣଙ୍କ ମଧ୍ୟରୁ ୫ଜଣଙ୍କର ପେନସନ୍‌ ସୁବିଧା ସ୍ଥାୟୀ ଭାବେ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here