ମେଗାଲିଫ୍ଟ ଲୋକାର୍ପଣ ହେବା ପୂର୍ବରୁ ଆଜି ଜୟପାଟଣା, କୋକସରା ଓ ଧର୍ମଗଡ଼ ର ବିଭିନ୍ନ ଗ୍ରାମପଞ୍ଚାୟତ କୁ ,୭୨ ବିଧାୟକ ଓ ୧୪ ମନ୍ତ୍ରୀ ବୁଲୁଛନ୍ତି।ପ୍ରତେକ ଗ୍ରାମପଞ୍ଚାୟତ ଠାରେ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।୧୯୬୭ ମସିହାରୁ ଏହି ଅଞ୍ଚଳରେ ଏକ ଲିଫ୍ଟ କେନାଲ ର ଦାବି ରହିଆସୁଥିଲା।ଦୀର୍ଘ ବର୍ଷ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ପୂର୍ଣ୍ଣ କରିଥିବାରୁ ଅଞ୍ଚଳବାସୀ ଙ୍କ ମନରେ ଆନନ୍ଦ ଉଲ୍ଲାସର ଖେଳି ଯାଇଛି।କୋଭିଡ କଟକଣା ପରେ ୧୦ ମାସରେ ଏହା ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ପ୍ରଥମେ ଲୋକଙ୍କ ପାଖରେ ଆସିବେ।

ଜୟପାଟଣା ବ୍ଳକ ପ୍ରତାପପୁର ଓ ବଡ଼କାରଲାକଟ କୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ବିକ୍ରମ ପଣ୍ଡା,ପ୍ରତାପ କେଶରୀ ଦେଵସ୍ୱାଇ, ସୁଧୀର କୁମାର ସାମଲ,ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଲୋକଙ୍କ ସହ ଆଲୋଚନା କରି ବିଭନ୍ନ ସମସ୍ୟା ବୁଝିଥିଲେ।।ତଥା ଏହି ମେଗାଲିଫ୍ଟ ପ୍ରକଳ୍ପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ।କାଲି ଗ୍ରାମପଞ୍ଚାୟତ ଗୁଡିକରେ ଏଲଇଡି ଟିଭି ରେ ମୁଖ୍ୟମନ୍ତ୍ରୀ ଙ୍କ ଲୋକାର୍ପଣ କୁ ଜନସାଧାରଣ ଦେଖିବା ବ୍ୟବସ୍ଥା କରାଯାଇଛି।ସକାଳ ୧୧ ଟା ରେ ଏଲଇଡି ଟିଭି ମାଧ୍ୟମରେ ଦେଖାଯିବ

LEAVE A REPLY

Please enter your comment!
Please enter your name here