ଭୁବନେଶ୍ୱର :  ୬ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମ୍ଓ। ଜିରୋ ଟଲେରାନ୍ସ ନୀତି ଅନୁସାରେ ୬ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ରରେ ଦର୍ଶାଯାଇଛି ଯେ, କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ଥିଲେ। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ୍‌ର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ। ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଭେଟେନାରୀ ଡାକ୍ତର ଭାଗିରଥି ବିଶ୍ୱାଳ। ଢେଙ୍କାନାଳ କାମାକ୍ଷନଗରେ କାର୍ଯ୍ୟରତ ଜୁନିଅର ଇଞ୍ଜିଂନିୟର ବସନ୍ତ ପାତ୍ର । ସୁନ୍ଦରଗଡ଼ କୁତ୍ରାବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ୍ ଏବଂ ବଣାଇଗଡ଼ ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଗତ ୧୭ ତାରିଖରେ ୧୫ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here