ଭୁବନେଶ୍ବର : ‘ସଶକ୍ତ ମହିଳା ସୁଦୃଢ ଭାରତ’ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ହେଉଛି ୨୦୧୯ ନୂଆବର୍ଷ ପାଇଁ ବାର୍ତା। ମହିଳା ସଶକ୍ତିକରଣ ଓ ସମାନତା ଉପରେ ମହାତ୍ମାଗାନ୍ଧୀ ସବୁବେଳେ ଗୁରୁତ୍ବ ଦେଉଥିଲେ। ମହାତ୍ମାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏ ଦିଗରେ ଆମର ଉଦ୍ୟମ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆବର୍ଷର ଅଭିନନ୍ଦନ ପତ୍ରରେ ଏହା ଉଲ୍ଲେଖ କରିବା ସହିତ ଏହି ଶୁଭେଚ୍ଛାପତ୍ରର ସମୁଖ ଓ ପୃଷ୍ଠଭାଗରେ ଶହ ଶହ ସ˚ଖ୍ୟକ ମହିଳାଙ୍କ ଫଟୋଚିତ୍ର ଛପାଇଛନ୍ତି। ପୂର୍ବବର୍ଷ ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଅଭିନନ୍ଦନପତ୍ରରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଠାରୁ ଆରମ୍ଭକରି ରାଜ୍ୟର ବିଭିନ୍ନ କଳାକୃତି ସ୍ଥାନ ପାଇଥାଏ। ଏଥର କିନ୍ତୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ନବୀନ ନିଆରା ଢଙ୍ଗରେ ଜଣାଇଛନ୍ତି। ମୁଣ୍ତ ଉପରେ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ମହିଳା ଭୋଟ ହାତେଇବାପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ, ୯୦ଦଶକରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପଞ୍ଚାୟତ ଓ ପୌରସ˚ସ୍ଥାରେ ମହିଳାଙ୍କ ପାଇଁ ୩୩% ଆସନ ସ˚ରକ୍ଷଣ କରିବା ସହ ସରକାରୀ ଚାକିରିରେ ଅନୁରୂପ ହାରରେ ସ୍ଥାନ ସ˚ରକ୍ଷଣ ବ୍ୟବସ୍ଥା କରିଥିଲେ। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପରେ ମିସନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ମହିଳା ସଂରକ୍ଷଣକୁ ୫୦%କୁ ବୃଦ୍ଧି କରାଯାଇଛି। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସ˚ସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସ˚ରକ୍ଷଣ ଲାଗି ଓଡିଶା ବିଧାନସଭାରେ ସର୍ବପ୍ରଥମ ପ୍ରସ୍ତାବ ପାରିତ କରିଛି। ଏ ନେଇ ନବୀନ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏମତିକି ବିଭିନ୍ନ ରାଜନୈତିକଦଳର ନେତାମାନଙ୍କ ସହଯୋଗ ଲୋଡିଛନ୍ତି। ଦେଶର ପ୍ରମୁଖ ବିରୋଧୀଦଳ କ˚ଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକଦଳ ଏବ˚ ଇତି ମଧ୍ୟରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନବୀନଙ୍କ ଏହି ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here