ବାଲିଆପାଳ ଏକ ଚୋରି ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଚୋରର ବାଲେଶ୍ୱର ଡାକ୍ତରଖାନାରେ ମୃତୁ୍ୟ ହୋଇଯାଇଛି । ବାଲିଆପାଳ ଥାନାରୁ କୋର୍ଟ ଚାଲାଣ ହୋଇଥିବା ଏହି ଚୋର ଜଣଙ୍କ ହେଲେ ନଈଘାଟି ଗ୍ରାମର ଶ୍ୟାମସୁନ୍ଦର ଦାସ ଓରଫ ସମ୍ପୁଡ଼ି । ସେ ଜଣେ ପେଶାଦାର ଚୋର ପୂର୍ବରୁ ସେ ଅନେକବାର ଚୋରି ଘଟଣାରେ ଜେଲ ଯାଇଥିବା ଜଣାଯାଇଛି । ସମ୍ପୁଡି ଗୁରୁବାର ଭୋର ସମୟରେ ଅଳାଡିହା ପଞ୍ଚାୟତ ବାଲିବିଲ ଗ୍ରାମର ପରିଡା ଛକ ନିକଟରେ ଥିବା ବଂଶୀଧର ଜେନାଙ୍କର ଗୁମୁଟିର ଚାବି ଭାଙ୍ଗି ଚୋରିକରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଗୁମୁଟିରେ ତାଙ୍କୁ ବାନ୍ଧି ପିଟାମରା କରିଥିଲେ । ଗ୍ରାମବାସୀଙ୍କ ମାଡରେ ସମ୍ପୁଡିର ମୁଣ୍ଡ, ଛାତି,ପେଟରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଜାମକୁଣ୍ଡା ଫାଣ୍ଡିଅଧିକାରୀ ଶାରଦାପ୍ରସନ୍ନ ମୁଦୁଲି ଘଟଣାସ୍ଥଳରୁ ଦିନ ପ୍ରାୟ ୧୧ଟା ସମୟରେ ଶ୍ୟାମସୁନ୍ଦରଙ୍କୁ ଉଦ୍ଧାରକରି ଥାନାକୁ ନେଇଆସିଥିଲେ । ଏହି ଘଟଣାରେ ବଂଶୀଧରଙ୍କ ଏତାଲା କ୍ରମେ ବାଲିଆପାଳ ଥାନା କେଶ ନମ୍ବର ୨୪୯/୧୯ରେ ଗୁରୁବାର ଅପରାହ୍ନରେ କୋର୍ଟ ଚାଲଣ କରାଯାଇଥିଲା । ଆଜି ବାଲେଶ୍ୱର ଡାକ୍ତରଖାନାରେ ଚକିତ୍ସାଧିନ ଅବସ୍ଥାରେ ଶ୍ୟାମସୁନ୍ଦରର ମୃତ୍ୟୁ ହୋଇଯାଇଛି ।ଏହି ଘଟଣାରେ ଆଜି ସଂନ୍ଧ୍ୟାରେ ବାଲିଆପାଳ ପୋଲିସ ତିନିଜଣ ଗ୍ରାମବାସୀଙ୍କୁ ଥାନାକୁ ଧରିଆଣି ଅଟକ ରଖିଛି

LEAVE A REPLY

Please enter your comment!
Please enter your name here