ଅଧିକ ସମୟ କମ୍ପୁ୍ୟଟର୍‌ ବା ମୋବାଇଲ୍‌ ବ୍ୟବହାର କରିବା ଦ୍ୱାରା ପିଲାମାନେ ଚିଡ଼ଚିଡ଼ା ହୋଇଯାଉଛନ୍ତି । ପାଶ୍ଚାତ୍ୟ ଦେଶରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ତେବେ ଭିଡିଓ ଗେମ୍‌ ଖେଳିଲେ ଟିନ୍‌ଏଜ୍‌ ପିଲାମାନଙ୍କଠାରେ ଏପରି ଲକ୍ଷଣ ପ୍ରକାଶ ପାଉନାହିଁ । ବିଶେଷଜ୍ଞଙ୍କ ମତରେ ଲଗାତାର ୪ ବର୍ଷ ପର୍ଯ୍ୟନ୍ତ ସୋସାଲ ମିଡିଆ ଉପଯୋଗ କରିବା ଦ୍ୱାରା ପିଲାଙ୍କ ମନରେ ନାନା ଦୁଶ୍ଚିନ୍ତା ପ୍ରବେଶ କରେ । ମନୋବିଜ୍ଞାନ ବିଶେଷଜ୍ଞ ଏଲୟ ବୋୟର୍ସଙ୍କ ମତରେ ଟିନ୍‌ ଏଜର୍‌ଙ୍କୁ ସୋସାଲ ମିଡିଆ, ଟେଲିଭିଜନ୍‌ ଓ କମ୍ପୁ୍ୟଟରର ଅତ୍ୟଧିକ ବ୍ୟବହାରଠାରୁ ଦୂରେଇ ରଖିବା ଭଲ । ସେ ୧୨ରୁ ୧୬ ବର୍ଷ ବୟସର ପ୍ରାୟ ୪ ହଜାର ପିଲାଙ୍କ ଉପରେ ରିସର୍ଚ୍ଚ କରିଥିଲେ ।

LEAVE A REPLY

Please enter your comment!
Please enter your name here