ନୂଆଦିଲ୍ଲ୍ଲୀ,୪ା୧୨ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ପୂର୍ବରୁ ସିବିଆଇ ରୁଜୁ କରିଥିବା ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଥିଲା । କି;ୁ ଏହା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା ।ଗତ ଅକେଫାବର ୧୭ରୁ ସେ ଇଡି ହାଜତରେ ରହିଥିଲେ । ଦୁଇଟି ଯାକ ମାମଲାରେ ଜାମିନ ମିଳିଯାଇଥିବାରୁ ଚିଦାମ୍ବରମ ଏବେ ଜେଲରୁ ମୁକୁଳିବାର ବାଟ ସଫା ହୋଇଯାଇଛି । ବୁଧବାର ସୁପ୍ରିମକୋର୍ଟ ଜାମିନ ଆବେଦନର ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଜେଲରୁ ବାହାରେ ରହିବା ସମୟରେ ସେ କୌଣସି ସାକ୍ଷୀଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ କରିବେ ନାହିଁ ଏବଂ ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ମାମଲା ସମ୍ପର୍କିତ କୌଣସି ମନ୍ତବ୍ୟ କିମ୍ବା ସାକ୍ଷାତକାର ମଧ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଗତ ନଭେମ୍ବର ୨୮ରେ ବିଚାରପତି ଆର. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here