ଛତ୍ରପୁର ନିକଟସ୍ଥ ତାମ୍ପର ଠାରେ ପର୍ଯ୍ୟଟ୍ଟକ ମାନଙ୍କୁ ଆକର୍ଷଣ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଓ ଅମରାବତୀ ବୋଟିଂ କ୍ଲବର ମିଳିତ ଆନୁକୂଲ୍ୟରେ ରବିବାର ଅପରାହ୍ନରେ ୱାର୍ଟର ସ୍ପୋର୍ଟସ କମ୍ପ୍ଲେକ୍ସ୍ ଉଦଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଓ ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ରିବନ୍ କାଟି ଉଦଘାଟନ କରିଥିଲେ । ଏହାସହ ଛତ୍ରପୁର ବିଧାୟକ ଶ୍ରୀ ବେହେରା, ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଓ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଗ୍ରେଟ୍ ବିଗ୍ ମାର୍ବଲ ବୋର୍ଟରେ ମିଳିତ ଭାବେ ବସି ଜଳକ୍ରୀଡା ର ମଜାନେଇଥିଲେ । ଅମରାବତୀ ବୋଡିଂ କ୍ଲବ ଓଡିଶାସରକାରଙ୍କ ସହିତ ଚୁକ୍ତିନାମ କରି ରାଜ୍ୟର ବରକୂଳ ପରେ ଗଂଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ତାମ୍ପରା ପର୍ଯ୍ୟଟ୍ଟନସ୍ଥଳୀରେ ଦ୍ୱିତୀୟ ୱାର୍ଟର ସ୍ପୋର୍ଟସ କମ୍ପ୍ଲେକ୍ସ ଭାବେ ପ୍ରତିଷ୍ଠିତ ହୋଇଛି । ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାମ୍ପରା ଠାରେ ଏପରି ୱାର୍ଟର ସ୍ପୋର୍ଟସ କମ୍ପ୍ଲେକ୍ସ ଉଦଘାଟନ ହୋଇଥିବାରୁ ଛତ୍ରପୁର ବିଧାୟକ ଶ୍ରୀ ବେହେରା ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପ୍ରଶାସନ ଏବଂ ଏବିସି ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟ ସରକାର ସର୍ବଦା ପର୍ଯ୍ୟଟ୍ଟନର ବିକାଶ ନିମନ୍ତେ କାର୍ଯ୍ୟକ୍ରମ କରିଆସୁଛନ୍ତି । ବର୍ତ୍ତମାନ ତାମ୍ପରା ପର୍ଯ୍ୟଟ୍ଟନ ସ୍ଥଳୀର ବିକାଶ କରାଯାଉଛି । ଜିଲ୍ଲାପ୍ରଶାସନ ଓ ପର୍ଯ୍ୟଟ୍ଟନ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟ ଚାଲୁରହିଛି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ରାଜ୍ୟର ଦ୍ୱିତୀୟ ୱାର୍ଟର ସ୍ପୋର୍ଟସ କମ୍ପ୍ଲେକ୍ସ ତାମ୍ପରା ଠାରେ ଉଦଘାଟିତ ହୋଇଥିବାରୁ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଖୁସି ଜାହିର କରିବା ସହ ପର୍ଯ୍ୟଟକ ମାନଙ୍କୁ ଅକର୍ଷିତ କରିବା ନିମନ୍ତେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । କେତକ କାର୍ଯ୍ୟକ୍ରମ ସରିଥିବା ବେଳେ ଆଉ କେତକ କାର୍ଯ୍ୟ ଚାଲୁରହିଛି । ୱାର୍ଟର ସ୍ପୋର୍ଟସ କମ୍ପ୍ଲୋକ୍ସ ଏହାର ଏକ ଉଦାହରଣ । ଏହାଦ୍ୱାରା ପର୍ଯ୍ୟଟକ ମାନେ ଜଳାଶ୍ରୟରେ ଡବଲ ସାଇଡ୍ ବାନାନା ବୋଟ, ଗ୍ରେଟ୍ ବିଗ୍ ମୋବାଇଲ ସମେତ ୧୨ ପ୍ରକାର ଜଳକ୍ରୀଡା କରିପାରିବେ । ଏହାସହ ସ୍ୱଚ୍ଛ ତାମ୍ପରା କ୍ଲିନ୍ ତାମ୍ପରା ର ବାର୍ତ୍ତା ଦେଇଥିଲେ ଜିଲ୍ଲାପାଳ । ପ୍ଲାଷ୍ଟିକ୍ ଓ ପଲିଥିନ୍ କୁ ନା କହିଥିଲେ । ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଯାଉଥିବାରୁ ମୋର ପଞ୍ଚାୟତ ତରଫରୁ ଆବଶ୍ୟକ ସାହାର୍ଯ୍ୟ ସହ ଯୋଗ ଯୋଗାଇ ଦିଆଯିବ ବୋଲି ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା କହିଥିଲେ । ଏହାସହ ପଞ୍ଚାୟତବାସୀଙ୍କୁ ରିହାତୀ ଦରରେ ଜଳକ୍ରିଡା କରିବାକୁ ସେ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମରାବତୀ ବୋଟିଂ କ୍ଲବର ସିଇଓ ତରୁଣ କାକାନୀ, ଗୋ ରାଇଟ୍ ଆଡଭାନଚର ରିସର୍ଟ ର ନିଦେ୍ର୍ଦଶକ ଶ୍ରୀଧର ରେଡ୍ଡୀ, ଅମରାବତୀ ବୋଟିଂ କ୍ଲବର ଅପେଟର ମୁଖ୍ୟ ଏମ୍.ସୁଧାକର, ହୋଲିଡେ ୱାଲ୍ଡ ବ୍ରହ୍ମପୁର ମୁଖ୍ୟ ଜି.ଶ୍ରୀନିବାସ, ଶଙ୍କର ନେତ୍ରାଳୟର ଉପଦେଷ୍ଟା ବି.ଶ୍ରୀନିବାସ ରାଓ, ହୁମରର ଗଜେନ୍ଦ୍ର ପଲାଇ, ପୂର୍ବତନ ସମିତି ସଭ୍ୟ ସାନୁସେଠୀଙ୍କ ସମେତ ବହୁ ପର୍ଯ୍ୟଟକ ମାନେ ଉପସ୍ଥିତ ଥିଲେ । ଏହାସହ ଆନ୍ଦ୍ରାପ୍ରଦେଶର ପର୍ଯ୍ୟଟ୍ଟକ ମାନଙ୍କୁ ତାମ୍ପରା ପର୍ଯ୍ୟଟନସ୍ଥଳୀକୁ ଆଣିବା ନିମନ୍ତେ ଆନ୍ଦ୍ରାର (ଟିଟିଏଏ) ସହ ଅମରାବତୀ ବୋଟିଂ କ୍ଲବର ଚୁକ୍ତି ନାମା ହୋଇଛି ।

LEAVE A REPLY

Please enter your comment!
Please enter your name here