ଦୁବାଇ, ୪ା୯ (ଏଜେନ୍ସି) : ଦଳରେ କରୋନା ଭୟ ସତ୍ତେ୍ୱ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗସ୍‌ର ଅଭ୍ୟାସ ଶିବିର ଆରମ୍ଭ ହୋଇଛି । ଦୁଇ କରୋନା ସଂକ୍ରମିତ ଦୀପକ୍‌ ଚହର ଓ ଋତୁରାଜ ଗାଇକ୍ୱାଡ୍‌ର୍ଙ୍କୁ ବାଦ୍‌ ଦେଇ ସୁପର କିଙ୍ଗ୍ସର ଅନ୍ୟ ଖେଳାଳିମାନେ ଅଭ୍ୟାସ ମୈଦାନକୁ ଓହ୍ଲାଇଛନ୍ତି । ଉଭୟ ଖେଳାଳି ତୃତୀୟ ରାଉଣ୍ଡ ପରୀକ୍ଷା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଅଭ୍ୟାସ ଆରମ୍ଭ କରିବେ । ଗତ ସପ୍ତାହରେ ସିଏସ୍‌କେର କରୋନା ଟେଷ୍ଟ ହୋଇଥିଲା । ଏଥିରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସିଏସ୍‌କେ ସିଇଓ କେ.ଏସ୍‌ ବିଶ୍ୱନାଥନ୍‌ କହିଛନ୍ତି, ଅଭ୍ୟାସ ଆରମ୍ଭ ହୋଇଛି । ସେହି ୧୩ ଜଣଙ୍କୁ ବାଦ୍‌ ଦେଲେ, ଅନ୍ୟ ସମସ୍ତଙ୍କର ପରୀକ୍ଷା ମଧ୍ୟ ତୃତୀୟ ଥର ପାଇଁ ନେଗେଟିଭ୍‌ ଥିଲା । ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍‌ ଥିଲା ସେମାନେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here