ଛତ୍ରପୁର: ୧ା୭: ଅନ୍ନପୂର୍ଣ୍ଣା ଦିବସ ଅବସରରେ ରୋଟାରୀ କ୍ଳବ, ବ୍ରହ୍ମପୁର ଇଷ୍ଟ ଆନୁକୂଲ୍ୟରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ହରିଜନ ବସ୍ତିର ସମସ୍ତ ପରିବାରଙ୍କୁ ରନ୍ଧା ଖାଦ୍ୟ ବୁଧବାର ଦିନ ବିତରଣ କରାଯାଇଥିଲା । କ୍ଳବର ନବନିର୍ବାଚିତ ସଭାପତି ରୋଟାରୀଆନ ରଂଜିତ କୁମାର ପାତ୍ର ଓ ସମ୍ପାଦକ କାମରାଜୁ ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅଜିତ  କୁମାର ପୃଷ୍ଟି,କୋଷାଧ୍ୟକ୍ଷ ଜୟନ୍ତ ପାତ୍ର ଓ ରୋଟାରୀଆନ ପ୍ରଦୀପ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ଖାଦ୍ୟ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଥିଲା । ମଞ୍ଚର   ସଭାପତି ନରହରି ପ୍ରଧାନ, ସଂପାଦକ ବାଉରିବନ୍ଧୁ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର  ପ୍ରଧାନ, ଉପଦେଷ୍ଟା କୋରା ମହାରଣା ପ୍ରମୁଖ ଏଇ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ  କରିଥିଲେ । ମହିଳା ସ୍ବେଚ୍ଛାସେବୀ ଲକ୍ଷ୍ମୀ ଦାସଙ୍କ ପ୍ରତ୍ୟକ୍ଷ  ତତ୍ତ୍ବାବଧାନରେ ଖାଦ୍ୟ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here