ଛତ୍ରପୁର ୧୫/୯: କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା ତଥା କରୋନା କୁ ହରାଇ ବିଜୟୀ ହୋଇ ସୁସ୍ଥ ହୋଇଥିବା ଛତ୍ରପୁର ବ୍ଲକ ର କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା । ମଙ୍ଗଳବାର ଶ୍ରୀ ବେହେରା ନିଜ କାର୍ଯ୍ୟରେ ଯୋଗଦେଇଥିବା ରୁ ତାଙ୍କୁ ଛତ୍ରପୁର ବ୍ଲକ ପରିସରରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ପୁଷ୍ଫଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହାସହ କରୋନା ମୁକାବିଲା ନିମନ୍ତେ ଲୋକଙ୍କ ସୁରକ୍ଷା ନିମନ୍ତେ ଶ୍ରୀ ବେହେରାଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।

ସେହିପରି ଛତ୍ରପୁର ବ୍ଲକ ନିର୍ବାହୀ ଯନ୍ତ୍ରୀ ନୀରଜଂନ ପଣ୍ଡା , ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରୀ ଓ ସୁପରଭାଇଜର ମାନେ କାର୍ଯ୍ୟରେ ଯୋଗଦେଇଥିବା ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଅଗଷ୍ଟ ୩୦ତାରିଖ ଦିନ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଘରୋଇ ସଂଗରୋଧରେ ସେପ୍ଟମ୍ବର ୩ତାରିଖ ପର୍ଯ୍ୟନ୍ତ ରହିଥିଲେ । ସ୍ୱାସ୍ଥ୍ୟ ଉନ୍ନତୀ ନହୋଇଥିବାରୁ ତାଙ୍କୁ ଟାଟା କୋଭିଡ ମେଡିକାଲରେ ଚିକିତ୍ସା କରାଯାଇଥିଲ।। ସେ ସେପ୍ଟମ୍ବର ୫ତାରିଖ ଦିନ ମେଡିକାଲର ଡିସ ଚାର୍ଜ ହୋଇଥିଲେ । ଏହା ପରେ ପୁଣି ଘରେ ହୋମ ଆଇସୋଲେସନରେ ଥିଲେ । ଆଜି ସେ ତାଙ୍କ କାର୍ଯ୍ୟରେ ଯୋଗଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here