କୋଣାର୍କ : ଚଳିତ ବର୍ଷ ପ୍ରଥମ ଥର କରି ଚନ୍ଦ୍ରଭାଗା ବେଳାଭୂମି ରେ ଆୟୋଜିତ ହେଉଛି ଦୁଇ ଦିନିଆ ବିଚ ସର୍କର ୨୦୨୧ । କନଫେଡେରେସନ ଅଫ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ)ଓ ରାଜ୍ୟ ପର୍ଯ୍ୟଟନ ବିଭାଗ(ଓଟିଡ଼ିସି) ପକ୍ଷରୁ ଏହି ମେଗା ଇଭେଣ୍ଟ ଆୟୋଜିତ ହେଉଛି।ଦୁଇ ଦିନ ଧରି ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମ ରେ ଓଡିଶା ଫୁଟବଲ କ୍ଲବ ଟେକ୍ନିକାଲ ପାର୍ଟନର ଭାବେ ଦାୟିତ୍ୱ ତୁଲାଉଛନ୍ତି।

ସୋମବାର ଅପରାହ୍ନ ୩ ଟାରେ ଏହି ଫୁଟବଲ ଇଭେଣ୍ଟ ର ଉଦଘାଟନ କରାଯାଇଛି।ଉଦଘାଟନୀ ଦିବସରେ ବିଶିଷ୍ଟ ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ସିଆଇଆଇ ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସାଇକତ ରାୟ ଚୌଧୁରୀ, ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ, ସିଆଇଆଇ ଓଡ଼ିଶାର ରାଜ୍ୟ ପରିଷଦ  ଏବଂ ଓଡିଶା ଏଫସିର ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ।ପ୍ରଥମେ ଅତିଥିମାନେ ରିବନ କାଟିଥିଲେ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ   ଫୁଟବଲ ମ୍ୟାଚ  ଆରମ୍ଭ ହୋଇଥିଲା।

ଦୁଇ ଦିନ ଧରି ଆୟୋଜନ ହେଉଥିବା ଏହି ମ୍ୟାଚ କୁ ସର୍ବମୋଟ ୧୦ଟି ଟିମ ଖେଳିବେ।ଯାହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି।ଗ୍ରୁପ ‘ଏ’ ରେ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ),ଓଡିଶା ଟୁରିଯିମ, ସିଏସଏମ, ନାଲକୋ, ଟାଟା ଷ୍ଟିଲ ଏବଂ ଗ୍ରୁପ ‘ବି’ ରେ ପାରାଦ୍ୱୀପ ଫସପେଟ ଲିମିଟେଡ଼, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଗୁପ୍ତା ପାୱାର ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି।ପ୍ରତ୍ୟେକ ମ୍ୟାଚ ୧୨ ମିନିଟ ଧରି ଖେଳାଯାଉଛି।ଅପରାହ୍ନ ୪ ଟାରୁ ଏହି ମ୍ୟାଚ ଆରମ୍ଭ ହୋଇ ରାତି ୯ ଟା ପର୍ଯ୍ୟନ୍ତ ଜାରି ରହିବ।ଏବଂ  ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ ରେ ଫାଇନାଲ ମ୍ୟାଚ ଖେଳାଯିବ।ଅନ୍ତିମ ଦିବସ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ସିଆଇଆଇ ଓ ମହିଳା ଦଳ ମଧ୍ୟରେ ଏକ ଆକର୍ଷଣୀୟ ଦୁଇଟି ପ୍ରଦର୍ଶନୀ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି।ଚଳିତ ବର୍ଷ ପ୍ରଥମ ଥର କରି ଏପରି ଏକ ପଦକ୍ଷେପ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବାରୁ ଏହା ପର୍ଯ୍ୟଟନ କ୍ଷେତ୍ର ରେ ସଫଳତା ଆଣିବ ବୋଲି ଆଶା କରାଯାଉଛି। ଉଦଯାପନୀ ମ୍ୟାଚ ରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଇଂ ତୁଷାର କାନ୍ତି ବେହେରା ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here