ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ୟ୍ୟାଦା ପୁର ପଞ୍ଚାୟତ ର ବେଲଗାଡିଆ ଗ୍ରାମରେ ଏକ ଭିନ୍ନ କ୍ଷମ ପରିବାର କିଶୋର ଚନ୍ଦ୍ର ଦାଶ ଙ୍କ ପୁତ୍ର ଚିନ୍ତାମଣି ଦାଶ ବୟସ ୩୬ ତାଙ୍କ ପତ୍ନୀ ଖୁଲଣା ଦାଶ ଦିନହିନ ଗରିବ ଭିନ୍ନ କ୍ଷମ ପରିବାର ଦୟନୀୟ ଅବସ୍ଥାରେ ଢୋକେ ପିଇ ଦଣ୍ଡେ ଦିଇ ପରି ଦୁଃଖ କଷ୍ଟରେ ଦୁଇ ଟି ପିଲାଙ୍କ ସହ କାଳତୀପାତ କରୁଛନ୍ତି ।

ଉକ୍ତ ପରିବାରର ରୋଜଗାରିଆ ଚିନ୍ତାମଣି ପ୍ରୟ ୧୦ ବର୍ଷ ହେବ ଏକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଛି ।ସେ କାମଧନ୍ଦା କରି ନପାରି ବାଧ୍ୟ ହୋଇ ପରିବାର କୁ ବଞ୍ଚାଇବାକୁ ଭିକ୍ଷା ବୃତ୍ତି କରି ଘର ଚଳାଉଛନ୍ତି । ତାଙ୍କ ନାମରେ ରାସନ୍ କାର୍ଡ ନଥିବାରୁ କଣ୍ଟୋଲ ସାମଗ୍ରୀ ମିଳୁନାହିଁ ।

ସେ ୭୫ ଭାଗ ଭିନ୍ନକ୍ଷମ ଥାଇ ମଧ୍ୟ ତାଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ରେ ଘର ପାଇନାହାନ୍ତି ।ସେ ପଞ୍ଚାୟତ ବ୍ଲକ ଓ ଜିଲାପାଳ ପର୍ୟ୍ୟନ୍ତ ଜାଇ କିଛି ଫଳ ମିଳୁନାହିଁ । ସେ ଏକ ଭଙ୍ଗା ଘରେ ଚଳୁଛନ୍ତି ଉକ୍ତ ପରିବାର ପ୍ରତି ଜିଲ୍ଲା ପ୍ରସାଶନିକ ଅଧିକାରୀ ତଦନ୍ତ ସହ ସାହାଯ୍ୟ ଯୋଗାଇ ଦେବାକୁ ଜନସାଧାରଣ ରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here