ଚଣ୍ଡିଖୋଲ: -ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟରେ ଥିବା ବ୍ରାହ୍ମଣୀ ପୋଲରେ ଗତ ୭ ମାସ ହେଲା ଝୁଲି ରହିଛି ଭଙ୍ଗା ପାଚେରୀ ‘ଳରେ ପୋଲତଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ସୂଚନା ମୁତାବକ ଗତ୨୦୧୯ ମସିହା ଡିସେମ୍ବର ୯ ତାରିଖ ରାତିରେ ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିବାରୁ ବ୍ରାହ୍ମଣୀ ପୋଲ ପାଚେରୀର କିଛି ଅଂଶ ତଳକୁ ଝୁଲି ରହିଛି । ଏହା ଏଭଳି ଅବସ୍ଥାରେ ରହିଛି କୈାଣସି ମୁହୂର୍ତରେ ମଧ୍ୟ ଖସିପଡିବାର ସମ୍ଭାବନା ରହିଛି । ପୋଲତଳେ ଦୋକାନ ବଜାର ଥିବାରୁ ଅନେକ ଲୋକ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ଭଙ୍ଗା ପାଚେରୀ ଖସିପଡିଲେ ପଥଚାରୀଙ୍କ ଉପରେ ଏହା ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବର୍ଷକ ପୂର୍ବେ ନିର୍ମିତ ହୋଇଥିବା ଏହି ପାଚେରୀ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ଟ୍ରକ୍ ଦୁର୍ଘଟଣାରେ ଭାଙ୍ଗିଯାଇଛି । ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଗଷଳ ମଧ୍ୟ ଏହାର ମରାମତି କରୁନାହାନ୍ତି । ଏହାଛଡା ପୋଲର ପାଦଚଲା ରାସ୍ତାର ଅନେକ ସ୍ଥାନରେ ସ୍ଲାବ ନଥିବାରୁ ପାଦରେ ଚାଲିଚାଲି ଯାଉଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ବିଶେଷକରି ରାତି ସମୟରେ ଏହି ପୋଲ ଉପରେ ଅତ୍ୟନ୍ତ ସତର୍କତାର ସହ ନଗଲେ ନଦୀ ଭିତରକୁ ଖସିପଡିବାର ଆଶଙ୍କା ରହିଛି ।

ସେହିପରି ପୋଲର ଦୁଇପାଶ୍ୱର୍ରେ ବାଲି, ଗୋଡି ତଥା ଅନ୍ୟାନ୍ୟ ପଦାର୍ଥ ପ୍ରାୟ ୬ରୁ ୮ ଇଂଚ ବହଳର ପଡିଥିବାରୁ ପୋଲଟି ସଂକୀର୍ଣ୍ଣ ହୋଇଯାଇଛି । ସେଥିପାଇଁ ଦୁର୍ଘଟଣା ବଢିବାର ସମ୍ଭାବନା ରହିଛି । ଜାତୀୟ ରାଜପଥ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here