ଚଣ୍ଡିଖୋଲ: ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣାରୁ ବନ୍ଦାଳୋ ଛକ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ପୃଥକ୍ ପୃଥକ୍ ୨ଟି ଦୁର୍ଘଟଣା ଘଟି ୨ଜଣ ଯୁବକଙ୍କର ମୃତୁ୍ୟ ଘଟିଥିଲା ବେଳେ ୨ଟି ଟ୍ରାକ୍ଟରକୁ ବଡ଼ଚଣା ପୋଲିସ ଜବତ କରି ତଦନ୍ତ ଆରମ୍ବ କରିଛି । କଡ଼େଇ ଛକ ନିକଟରେ ଏକ ଅଟୋ କଟକରୁ ଚଣ୍ଡିଖୋଲ ଅଭିମୁଖେ ଫେରୁଥିଲା ବେଳେ ଏକ ଟ୍ରାକ୍ଟର ପଛପଟେ ପିଟି ହୋଇଯାଇଥିଲା । ଏଥିରେ ଅଟୋ ଚାଳକ ଯାଜପୁର ଟାଉନର ଗାରେଡ଼େଶ୍ୱର ଗ୍ରାମର ଜୟନ୍ତ ପାତ୍ର(୪୮) ଗୁରୁତର ହୋଇଥିଲେ ।

ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଏହି ଦୁର୍ଘଟଣାର ୧୦ମିନିଟ୍ ପରେ ବନ୍ଦାଳୋ ଛକ ନିକଟରେ ଜଣେ ବାଇକ୍ ଆରୋହୀ ଏକ ନୁଆ ଟ୍ରାକ୍ଟର ପଛରେ ଧକ୍କା ଦେବାରୁ ତାକୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗେ୍ାଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ହେଲେ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଗ୍ରାମର ତପନ କୁମାର ସାହୁ (୩୩) ।

LEAVE A REPLY

Please enter your comment!
Please enter your name here