ସାଧାରଣତଃ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ପତି ଏବଂ ପତ୍ନୀଙ୍କ ସଂପର୍କ ଅତୁଟ ବୋଲି ଜଣାଇଛନ୍ତି। କାରଣ ଉଭୟ ପତି ଓ ପତ୍ନୀ ଜଣେ ଆଉ ଜଣକ ବିନା ଅଧୁରା ରହିଥାଏ। ଏଥିସହିତ ପ୍ରତ୍ୟେକ ପରିସ୍ଥିତରେ ତେଣିକି ସେ ସୁଖ ହେଉ କିମ୍ବା ଦୁଃଖ ଉଭୟେ ଉଭୟଙ୍କ ସାଥୀରେ ଚାଲିବା ଓ ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ନିଜ ନିଜର କର୍ତ୍ତବ୍ୟ ବୋଲି ମନେକରନ୍ତି। ଏହା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଉଲ୍ଲେଖ କରିଛନ୍ତି। ତେବେ ଏମିତି ବି କିଛି ପରିସ୍ଥିତି ଅଛି ଯେଉଁ ପରିସ୍ଥିତିରେ କି ସ୍ୱାମୀ-ସ୍ତ୍ରୀଙ୍କର ଏହି ପବିତ୍ର ସଂପର୍କରେ ବେଳେବେଳେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ଜଣେ ପତ୍ନୀ ତା’ର ପତିଙ୍କର ବଡ଼ ଶତ୍ରୁ ପାଲଟିଯାଇଥାଏ ,ଏହାକୁ ମହାନ୍‌ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଉଲ୍ଲେଖ କରିଛନ୍ତି। ଆସନ୍ତୁ ଜାଣିବା କ’ଣ ଅଟେ ଏହି ପରିସ୍ଥିତି ,ଯାହାଫଳରେ ଜଣେ ପତ୍ନୀ ତା’ର ପତିର ବଡ଼ଶତ୍ରୁ ପାଲଟି ଯାଇଥାଏ?…..

୧-ଚାଣକ୍ୟଙ୍କ କହିବାନୁସାରେ ଯେଉଁ ପତ୍ନୀର ଚରିତ୍ର ଖରାପ ଅଟେ ଏବଂ ତାଙ୍କ ସଂପର୍କ ଅନ୍ୟ ପୁରୁଷଙ୍କ ସହିତ ଥାଏ,ସେହି ସ୍ଥାନରେ ତାହାର ସ୍ୱାମୀ ତାଙ୍କର ବଡ଼ ଶତ୍ରୁ ପାଲଟିଯାଏ। କାରଣ ସ୍ତ୍ରୀ ସ୍ୱାମୀଙ୍କର ଏହି କଥାକୁ ସର୍ବଦା ଏଡାଇ ଦିଅନ୍ତି, ଯାହାକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ରହିଥିବା ସଂପର୍କକୁ ଖରାପ କରିଥାଏ। ଫଳତଃ ଏହି ପରିସ୍ଥିତିରେ ଜଣେ ସ୍ୱାମୀ ତା ସ୍ତ୍ରୀର ବଡ଼ ଶତ୍ରୁ ପାଲଟିଯାଇଥାଏ।


୨- ଚାଣକ୍ୟଙ୍କ କହିବାନୁସାରେ କୌଣସି ଗୋପନ କଥାକୁ ନେଇ ପତିଙ୍କୁ ତାଙ୍କର ସ୍ତ୍ରୀଙ୍କ ଉପରେ ଭରସା ରଖିବା ଉଚିତ୍‌ ହୋଇନଥାଏ , କାରଣ ମହିଳାମାନେ କୌଣସି କଥାକୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ ପେଟରେ ପୁରାଇ ରଖିପାରନ୍ତିନି।ଏହି କାରଣବସତଃ ଉଭୟ ପତି ଓ ପତ୍ନୀ ମଧ୍ୟର କଳହ ହୋଇଥାଏ। ଫଳତଃ ଏହି ପରିସ୍ଥିତିରେ ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ ତାହାର ବଡ଼ ଶତ୍ରୁ ବୋଲି ଭାବିଥାଏ।

LEAVE A REPLY

Please enter your comment!
Please enter your name here