ଦୁବାଇ, ୨୨ା୯(ଏଜେନ୍ସି): ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଶାଣିତ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୧୦ ରନ୍‌ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଦଳ ୨୦ ଓଭରରେ ୧୬୩/୫ରନ୍‌ କରିଥିଲା । ଜବାବରେ ସନରାଇଜର୍ସ ୧୫୩ରନ କରିବାକୁ ସମର୍ଥ ହୋଇଥିଲା । ୟୁଜଭେନ୍ଦ୍ର ଚହଲଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ୧୬୪ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ହାଇଦ୍ରାବାଦ ଦଳ । ମ୍ୟାଚର ଦ୍ୱିତୀୟ ଓଭରରେ ହିଁ ଡେଭିଡ୍‌ ୱାର୍ଣ୍ଣର ବ୍ୟକ୍ତିଗତ ୬ରନ କରି ରନଆଉଟ୍‌ ହୋଇଥିଲେ । ହେଲେ ଜନୀ ବେୟାରଷ୍ଟୋ ୬୧ ରନ ଓ ମନୀଷ ପାଣ୍ଡେ ୩୪ରନ୍‌ ତଥା ପ୍ରିୟମ ଗର୍ଗ ୧୨ରନ୍‌ କରିବାରୁ ଦଳ ୧୫୦ରନ କରିବାକୁ ସମର୍ଥ ହୋଇପାରି ଥିଲା । ହାଇଦ୍ରାବାଦର ବ୍ୟାଟିଂ ବାଙ୍ଗାଲୋର ଦଳର ପ୍ରଦର୍ଶନ ଆଗରେ ସମ୍ପୂର୍ଣ୍ଣ ଫିକା ପଡିଯାଇଥିଲା । ବାଙ୍ଗାଲୋର ପକ୍ଷରୁ ବୋଲର ୟୁଜଭେନ୍ଦ୍ର ଚହଲ ୩ଟି, ନବଦୀପ ସାଇନୀ ଓ ଶିବମ ଦୁବେ ୨ଟି ଲେଖାଏ ତଥା ଡେଲ ଷ୍ଟେନ୍‌ଙ୍କୁ ଗୋଟିଏ ୱିକେଟ୍‌ ସଫଳତା ମିଳିଥିଲା । ବିଜୟ ସହ ବାଙ୍ଗାଲୋର ପୂର୍ଣ୍ଣ ସଂଖ୍ୟକ ୨ ପଏଣ୍ଟ ଅର୍ଜନ କରିଥିଲା ।

LEAVE A REPLY

Please enter your comment!
Please enter your name here