ନୂଆଦିଲ୍ଲୀ : ନୂଆ କାର କିଣିବା ପ୍ରତ୍ୟକ ମଧ୍ୟବିତ ପରିବାରର ଗୋଟିଏ ସ୍ୱପ୍ନ ହୋଇଥାଏ l ଏହି ପରି ଗୋଟିଏ ପରିବାର କାର କିଣିବା ପରେ ଯେଉଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l ଇନ୍ଦୋରର ଗୋଟିଏ ପରିବାର କାର କିଣିବା ପାଇଁ ସୋରୁମରେ ପହଂଚିଥିଲେ ସୋରୁମରେ ଗାଡିଟି କିଣା ସରିବା ପରେ ଶାଶୁ ବୋହୂକୁ ଗାଡିଟି ଚଳାଇ ଶୁଭାରମ୍ଭ କାରିବ ପାଇଁ କାହିଥିଲେ l

ବୋହୁ ଯେମିତି କାରରେ ଚାବି ଲଗାଇ ଆଗକୁ ଗଡ଼ାଇଲା ଶାଶୁ ଇସାରା କରିଥିଲେ ଅଟକାଇବା ପାଇଁ l ବୋହୂଟି ଭୁଲ ବଶତଃ ବ୍ରେକ ସ୍ଥାନରେ ଆକ୍ସିଲେଟର ଉପରେ ପାଦ ଦେଇଦେଲା l ଗାଡିଟି ସୋରୁମର ସାମ୍ନା କାଚ ଭାଙ୍ଗି ୩ ଫୁଟ ତଳେ ଥିବା ଅନ୍ୟ ଗୋଟିଏ କାର ଉପରେ ପଡିଲା l

ଏହି ସମୟରେ କେହିବି ଆହତ ହୋଇନାହାନ୍ତି କିନ୍ତୁ ଦୁଇଟି ଯାକ ଗାଡି ପ୍ରଚୁର ପରିମାଣରେ କ୍ଷତି ଗ୍ରସ୍ତ ହୋଇଛନ୍ତି l ପରିବାର ଯେଉଁ ଗାଡି କିଣିଥିଲେ ସେହି ଗାଡିର ମୂଲ୍ୟ ୭ ଲକ୍ଷ ଟଙ୍କା ,କିନ୍ତୁ ବୋହୂଟି ଯେଉଁ ଗାଡିକୁ ଧକ୍କା ଦେଲା ତାର ମୂଲ୍ୟ ୧୫ ଲକ୍ଷ ଟଙ୍କା l ଦୁଇଟି ଯାକ ଗାଡିର ବୀମା ଥିବା ହେତୁ ପରିବାର ଅଧିକ ଆର୍ଥିକ କ୍ଷତି ବହନ କଲେ ନାହିଁ ,କିନ୍ତୁ ସୋରୁମର କ୍ଷତିର ପୁରଣ ପାଇଁ ପରିବାର ଓ ସୋରୁମ ମାଲିକ ଅଧାଅଧା ପଇସା କ୍ଷତି ପୁରଣ ବାବଦରେ ଦେଇଥିଲେ l

LEAVE A REPLY

Please enter your comment!
Please enter your name here