ଭଦ୍ରକ : ଧାମରା-କଟକ ଯାଉଥିବା ଜୁଗୁନୁ ନାମକ ଏକ ଯାତ୍ରୀବାହୀ ବସ୍ (ଓଆର୨୨ବି ୦୮୧୭) କୁ କୁଆମରା ଛକ ଠାରେ ଦ୍ରୁତଗତିରେ ଆସୁଥିବା ୧୦ଚକିଆ ଟ୍ରକ ଧକ୍କା ଦେଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଫଳରେ ବସ୍ରେ ଥିବା ୫୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍ର ଡ୍ରାଇଭର ପ୍ରଶାନ୍ତ ଦାସ ଗୁରୁତର ଆହତ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଡାକ୍ତରଖାନାରେ ଧାମରା ଅଂଚଳର ରାମବୃଦ୍ଧ ବିଦା(୩୨) , କରଂଜମାଳ ର କାଳିପଦ ଦାସ(୪୫) , ଆଶାଲତା ଦାସ (କରଞ୍ଜମାଳ) ଶିବପ୍ରସାଦ ବେହେରା (୩୮) , ରଶ୍ମିରେଖା ନାୟକ (୧୮) , ମହେଶ୍ୱର ମଣ୍ଡଳ (୨୮) ଙ୍କ ସମେତ ୧୪ଜଣ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟମାନେ ବାସୁଦେବପୁର ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here