ବଇଁଣ୍ଡା: ମଙ୍ଗଳବାର  ଦିନ ହଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡା ଠାରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଓ  ଟ୍ୟାଙ୍କର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ ଯେ, ୫୫ ନଂ ଜାତୀୟ ରାଜପଥର ଲୁହାମୁଣ୍ଡା ଠାରେ ପଶ୍ଚିମବଙ୍ଗର ପ୍ରବାସୀ ମାନଙ୍କୁ ଧରି ନବି ମୁମ୍ବାଇରୁ ବାହାରି ଥିବା ବସ ନଂ ଏମଏଚ୦୯ସିଭି-୯୬୩ ନମ୍ବର ବିଶିଷ୍ଟ ବସଟି ଭାରସାମ୍ୟ ହରାଇ ସାମ୍ନାପଟୁ  ଅନୁଗୁଳର ସମ୍ବଲପୁର ଆଡକୁ ଯାଉଥିବା ଗ୍ୟାସ ଟ୍ୟାଙ୍କର ନଂ କେଏ୦୧ଏଜି-୬୦୯୭ ସହିତ ମୁହାଁମୁହିଁ  ଧକ୍କା ହେବା ଫଳରେ ଟ୍ୟାଙ୍କର ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବସରେ ସମୁଦାୟ ୨୪ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଓ ପୁରୁଷ ୧୭ ଜଣ ଥିଲେ ।

ଏମାନଙ୍କ ମଧ୍ୟରୁ ୧୨ ଜଣ ବସର ଚାଳକ,ଖଲାସି ସମେତ ବସଯାତ୍ରୀ ମାନେ ଆହତ ହୋଇଥିଲେ । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଓ କୋଲକାତା ଅଚଂଳର । ସେମାନେ ନଭି ମୁମ୍ବାଇ ରୁ ବହାରି ପଶ୍ଚିମବଙ୍ଗ ଯାଉଥିଲେ । ଉକ୍ତ ପ୍ରବାସୀ ମାନଙ୍କ ମଧ୍ୟରୁ ୭ ଜଣ କର୍କଟ ରୋଗରେ ପିଡିତ ଥିବାରୁ  ମୁମ୍ବାଇସ୍ଥିତ ଟାଟା ଇନିସଚ୍ୟୁଟ ଅଫ କ୍ୟାନସର ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ଫେରିବା ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।

ଖବର ପାଇ ହଣ୍ଡପା ଥାନା ଅଧିକାରୀ ଲବ ଦୋରା, ଏ ଏସ ଆଇ ପ୍ରମୋଦ କୁମାର ଆଇଚ ସଦଳବଳେ ପହଚିଂ ଆହତ ମାନଙ୍କୁ ସ୍ଥାନୀୟ ସମାଜସେବୀ ରଣଜିତ୍ ପଟ୍ଟନାୟକ, ବିବେକା ବିଶ୍ୱାଳ, ଅରୁଣ ସାହୁ ପ୍ରମୁଖ ସହଯୋଗରେ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ବାମୁର ଅଗ୍ନିଶମ ବିଭାଗ ପହଁଚିଂ ଟ୍ୟାଙ୍କରରେ ଝୁଲୁଥିବା ମୃତ ଚାଳକଙ୍କୁ ବାହାର କରିଥିଲେ । କିଶୋରନଗର ତହସିଲଦାର ଲକ୍ଷ୍ମୀଧର ସାହୁ ପହଚିଂ ପ୍ରବାସୀ ମାନଙ୍କୁ ମଧ୍ୟାହ୍ନରେ ଭୋଜ ଦେଇ ଜିଲ୍ଲାପାଳଙ୍କୁ  ଅବଗତ କରିଥିଲେ । ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ବସ ଯୋଗେ ଅପରାହ୍ନରେ ପଶ୍ଚିମବଙ୍ଗ ଫେରାଇଥିଲେ । ଏ ସମ୍ପର୍କରେ ହଣ୍ଡପା ଥାନା ଏକ କେସ ନଂ ୯୭/୨୦୨୦ ରୁଜୁ କରି ଚାଳକଙ୍କ ଶବ ବ୍ୟବଚ୍ଛେଦ କରି ଅନୁସନ୍ଧାନ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here