ବୁଗୁଡ଼ା : ଗତ ଅଗଷ୍ଟ ୩୧ ତାରିଖ ଦିନ ସାର ବିକ୍ରି କେନ୍ଦ୍ରରେ ଘଟିଥିବା ଗଣ୍ଡଗୋଳରେ ବୁଗୁଡ଼ା ତହସିଲଦାରଙ୍କ ସାର୍ଟ ଚିରିବା, ଉପସ୍ଥିତ କୃଷକଙ୍କଙ୍କୁ ଗିରଫ କରି ଜେଲ୍ ପଠାଇବା, ଫଟୋ ଉତ୍ତୋଳନକାରୀଙ୍କ ମୋବାଇଲ୍ ଛଡାଇବା ଆଦି ଘଟଣାକୁ ନେଇ ସମ୍ପ୍ରତି ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଗୁଡ଼ା ବଳଦେବ ସ୍ଵାମୀ କୃଷକ ସଂଘ ଓ ରାଜ୍ୟ କିଷାନ ମଜଦୁର ସଂଘ ମିଳିତ ଭାବେ ସୋମବାର ଦିନ ବୁଗୁଡ଼ା ଥାନାରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସାର ଡିଲର୍ ଏସ୍ ସୁବାସ ଚନ୍ଦ୍ର ପାତ୍ର ଓ ଉପକୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦିନ ଗୋଦାମରେ ସାର ଥାଇ ମଧ୍ୟ ପୁଣି ୨ ଦିନ ପରେ ସାର ଦିଆଯିବ ବୋଲି ଡିଲର୍ କହିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲାହୋଇଥିଲା  ଓ ଫଟୋ ଉତ୍ତୋଳନ ରାମଣ୍ଡାର ଚାଷୀ ରାକେଶ କୁମାର ଦଲେଇଙ୍କ ମୋବାଇଲ ତହସିଲଦାର ଛଡେଇ ନେଇଥିଲେ। ପରବର୍ତ୍ତୀ କାଳରେ ଚାଷୀଙ୍କୁ ଅବିଚାରୀ ଭାବେ ଜାଣିଶୁଣି ଗିରଫ କରାଯାଇଥିଲା। ସମ୍ପ୍ରତି କୃଷକ ସଂଘ ଏହି ୩ ଜଣଙ୍କ ବିରୁଦ୍ଧରେ ଏତଲା ପ୍ରଦାନ ପୂର୍ବକ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here