ବୋରିଗୁମ୍ମା – ମହାମାରୀ କରୋନା ପ୍ରତିଦିନ ନୂଆଁ ନୂଆଁ ଅଞ୍ଚଳରେ ପାଦ ଥାପୁଥିବା ବେଳେ ଆଜି ବୋରିଗୁମ୍ମା ସହର କୁ ପାଦ ଦେଲାଣି। ଆଜି କୋରାପୁଟ ଜିଲ୍ଲାରେ ମୋଟ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା ସହର ରୁ ଜଣେ ବ୍ୟକ୍ତି କରୋନା ଚିହ୍ନଟ ହୋଇଛନ୍ତି। ସେ ବୋରିଗୁମ୍ମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ କାମ କରୁଛନ୍ତି। କରୋନା ଆକ୍ରାନ୍ତ ଙ୍କ ବୟସ ୫୮ ବର୍ଷ। ଗତ କିଛି ଦିନ ତଳେ ନିଜର ଆଖି ଅପେରେସନ ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରେ ଏକ ଘରୋଇ  ଚିକିତ୍ସାଲୟ ରେ ଚିକିତ୍ସିତ ହେଉଥିଲେ। ଗତ ୨୪ ତାରିଖ ଦିନ ବୋରିଗୁମ୍ମା ଫେରିଥିବା ଜଣାଯାଇଛି। ବୋରିଗୁମ୍ମା ଫେରିବା ପରେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା ।
କୋରାପୁଟ ଜିଲ୍ଲାପାଳ କହିଛନ୍ତି ଯେ ବୋରିଗୁମ୍ମା ରେ କରୋନା ଆକ୍ରାନ୍ତ ବ୍ୟକ୍ତି ବ୍ରହ୍ମପୁର ରୁ ସଂକ୍ରମିତ ହୋଇ ଫେରିଛନ୍ତି। ଦୀର୍ଘ ତିନି ମାସର ଲକ ଡାଉନ ପରେ ବୋରିଗୁମ୍ମା ରେ କରୋନା ଚିହ୍ନଟ ହୋଇଛି। ପୋଲିସ ଓ ପ୍ରଶାସନ ସେ ରହୁଥିବା ଭେଙ୍କଟନଗର, ଦଳେଇ ସାହି ଓ ମେରିଆ ମାର୍ଗ କୁ କଣ୍ଠେନମେଣ୍ଟ ଯୋନ  ଭାବେ ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ବେରିକେଟ କରାଯାଇ ସିଲ କରାଯାଇଛି। ବୋରିଗୁମ୍ମା ସହର ଓ ଆଖପାଖ ଲୋକେ ଆତଙ୍କିତ ହୋଇଛନ୍ତି।କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଥମ ପର୍ଯ୍ୟାୟରେ ୩୦ ଜଣ ଙ୍କ ସ୍ୱାବ ପଠାଯାଇଛି। ଏମାନେ ସମସ୍ତେ କ୍ୱାରେନଟାଇନ ରେ ଥିବା ଜଣେ ସ୍ଵାସ୍ଥ୍ୟ ଅଧିକାରୀ କହିଛନ୍ତି। ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବର୍ତ୍ତମାନ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସେବା ହିଁ ଲୋକଙ୍କୁ ମିଳୁବ ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here