
ବୋରିଗୁମ୍ମା (ସ.ବ୍ୟୁ)— ବୋରିଗୁମ୍ମା ସହର ନିକଟସ୍ଥ କୁନ୍ଦ୍ରଗୁଡା ଠାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ଗଛ ରେ ପ୍ରେମୀଯୁଗଳ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି।ପ୍ରେମୀଯୁଗଳ ଦୁହେଁ ନୂଆ କୁନ୍ଦ୍ରଗୁଡା ର ହୋଇଥିବା ବେଳେ ଦୁଇ ଜଣ ନାବାଳକ ଓ ନାବାଳିକା ବୋଲି ଜଣାଯାଇଛି।
ନାବାଳକ ର ନାମ ରଘୁନାଥ ଗୌଡ଼ ବୟସ ୧୭ ବର୍ଷ ହୋଇଥିବା ବେଳେ ସେ ସେହି ଗ୍ରାମର ମିକ୍ଚର ଫେକ୍ଟ୍ରି ରେ କାମ କରୁଥିଲା। ସେହିଭଳି ନାବାଳିକା ର ନାମ ଲଷ୍ମୀ ଗୌଡ଼ ବୟସ ୧୫ ବର୍ଷ ସେ କୁନ୍ଦ୍ରଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଡୁଥିଲା। ଦୁହିଁ ଙ୍କ ମଧ୍ୟରେ ଗତ ଏକ ବର୍ଷ ରୁ ପ୍ରେମ ସମ୍ପର୍କ ଥିବା ଗ୍ରାମବାସୀ କହିଛନ୍ତି। ଦୁଇ ଜଣ ପାରିବାରିକ ସମ୍ପର୍କରେ ଦାଦା ଓ ଝିଆରୀ ଯୋଗୁଁ ଏମାନଙ୍କ ବିବାହ କୁ ସମାଜ ଗ୍ରହଣ କରିବନି ଭାବି ଦୁହେଁ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ପ୍ରକାଶ ଥାଉକି ଗତ ରାତିରୁ ନାବାଳକ ଓ ନାବାଳିକା ଦୁହେଁ ନିଖୋଜ ଥିଲେ। ଗାଇ ଚରାଳି ପିଲା ଗ୍ରାମବାସୀ କୁ ଖବର ଦେବାପରେ ଗାଁ ଲୋକେ ପୋଲିସ କୁ ଫୋନ କରି ଘଟଣା ସମ୍ପର୍କ ରେ ସୂଚନା ଦେଇଥିଲେ। ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ ଓ ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ଙ୍କ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଥାନାରେ ଏକ ଅପମୃତ ମାମଲା କେସ ନମ୍ବର ୨୦ / ୨୦୧୯ ରୁଜୁ କରି ଦୁହେଁ ଙ୍କ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର କୁ ମୃତ ଦେହ ହସ୍ତାନ୍ତର କରିଥିଲେ। ନୂଆ କୁନ୍ଦ୍ରଗୁଡ଼ା ଗାଁ ରେ ଏହି ଘଟଣା କୁ ନେଇ ଶୋକ ର ଛାୟା ଖେଳିଯାଇଛି।