ବୋରିଗୁମ୍ମା (k.sakil dora)— ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ କୁ ସେବା ସପ୍ତାହ ଭାବେ ପାଳନ କରୁଛି ବିଜେପି। ଏହି ଅବସରରେ ବୋରିଗୁମ୍ମା ବିଜେପି ମଣ୍ଡଳ ସଭାପତି ରାଜ ସିଂ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ସରକାରୀ ଏମ ଇ ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ବିଜେପି ର ବୈଦ୍ୟନାଥ ମିଶ୍ର ଯୋଗ ଦେଇ ଏମ ଇ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଗଛ ରୋପଣ କରିଥିଲେ। ଚମ୍ପା, ନିମ୍ବ, ଅଁଳା ଭଳି ଔଷଧୀୟ ଵୃକ୍ଷ ରୋପଣ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ଦଣ୍ଡସେନା, ଶିକ୍ଷକ ଅଜିତ କୁମାର ଗନ୍ତାୟତ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ସେହିଭଳି ବିଜେପି ର ସାବନ ମହାନ୍ତି, ତୁଳସିରାମ ପାଣିଗ୍ରାହୀ, ବୃନ୍ଦାବନ ଦାସ, ଭାନୁପ୍ରତାପ ନାୟକ ,ବସନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here