ଭୁବନେଶ୍ୱର : ଆ କା ମା ବୈ … ପାନ ଗୁଅା ଥୋଇ … କାର୍ତ୍ତିକ ପୂର୍ଣ୍ଣିମାରେ ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡି ଭୋରରୁ ଭିଡ଼ ଲାଗିଛି। ଲୋକେ ଭୋର୍‌ରୁ ଉଠି ସ୍ନାନ କରି ଜଳାଶୟ ଗୁଡ଼ିକରେ ଡଙ୍ଗା ଭସାଉଛନ୍ତି। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ଏହି ଡଙ୍ଗା ଭସାଣ କରୁଛନ୍ତି।

ନାନା ପ୍ରକାରର ଡଙ୍ଗା। କିଏ କଦଳୀ ପାଟ୍ଟୁକାର ଡଙ୍ଗା ଭସାଇଛି ତ କିଏ ରଙ୍ଗବେରଙ୍ଗ କାଗଜ ଡଙ୍ଗା ଭସାଇଛି। ଅନେକ ଲୋକ ବଜାରରୁ ବିଭିନ୍ନ ଡିଜାଇନର ଡଙ୍ଗା ମଧ୍ୟ କିଣିଥିଲେ। କିଏ କିଏ ସୋଲର ଡଙ୍ଗା ମଧ୍ୟ ଭସାଇଛନ୍ତି। ଏହା ସହିତ ଦୀପଦାନ ମଧ୍ୟ କରିଛନ୍ତି।

Loading...

LEAVE A REPLY

Please enter your comment!
Please enter your name here