ରଣପୁର-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁରଠାରେ ବିଜେପି ତରଫରୁ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା କନ୍ଧନୟାଗଡ ପଂଚାୟତର ଡୋମଣୀ ମନ୍ଦିର ଠାରୁ ବାହାରି ଚାନ୍ଦପୁର ଗ୍ରାମ ପରିକ୍ରମା କରି ଚାନ୍ଦପୁର ବଜାର ମଧ୍ୟରେ ଥିବା ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲା । ଏବଂ ସେଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ସଭାର ସଭାପତିତ୍ୱ କରିଥିଲେ ପୁର୍ବତନ ସମବାୟ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ବିଜେପି ର ପୁରୀ ଲୋକସଭା ପାର୍ଥି ଡଃ.ସମ୍ବିତ୍ ପାତ୍ର ଯୋଗଦେଇ ନିଜ ଅଭିଭାଷଣରେ ଚାନ୍ଦପୁର ହସ୍ପିଟାଲ ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିଷୟରେ କହିଥିଲେ ଏବଂ ଜାମୁ ଓ କାଶ୍ମୀର ରୁ ୩୭୦ ଧାରା ଉଛେଦ ଏବଂ ଆଗାମୀ ଦିନରେ ପିଓକେ କୁ ଭାରତରେ ମିଶିବା ନେଇ ଓ ମୋଦୀଙ୍କ ସାରା ଭାରତରେ ପାରିବା ପଣିଆ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଜିଲ୍ଲା ସଭାପତି ସନ୍ୟାସି ନାୟକ ,ବ୍ଲକ୍ ଭାଇସ୍ ଚେୟାରମ୍ୟାନ୍ ପ୍ରଶାନ୍ତ କୁମାର ନାୟକ,ଲାଲା ମନୋଜ ରାୟ,ଚାନ୍ଦପୁର ସରପଂଚ ଜିତେନ୍ଦ୍ର ସାହୁ ,ପରେଶ ମିଶ୍ର ,ମହିଳା ମୋର୍ଚ୍ଚା ନେତ୍ରୀ ସ୍ୱର୍ଣ୍ଣଲତା ପାତ୍ର ପ୍ରମୁଖ ୧ହଜାର ରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଏହି ପଦଯାତ୍ରା ଅପରାହ୍ନ ୪ ଘଟିକାରେ ଆରମ୍ଭ ହୋଇ ସଂଧ୍ୟା ୭ ଘଟିକା ରେ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here