ଭୁୁବନେଶ୍ୱର, ତା.୦୫/୦୪: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ରଣପୁର ଏବଂ ବଡଚଣା ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ରଣପୁର ନିର୍ବାଚନ ମଣ୍ଡଳୀର ଉମେଶ, ଗୋଡିପଡା ଜିଲ୍ଲାପରିଷଦ ଜୋନର ମନୋଜ ଜେନା, ସନ୍ତୋଷ ଜେନା, ଗୋବିନ୍ଦ ମାର୍ଥା, ମାଟିଆ ସାହୁ, ଦିଲୀପ ମାର୍ଥା, କୁଳମଣି, ପ୍ରଧାନ, ସୁବାଷ ପ୍ରଧାନ, ବିଜୟ ପ୍ରଧାନ, ରମାକାନ୍ତ ଜେନା, ବଂଶୀଧର ଜେନାଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଶରଣକୁଳ ଜିଲ୍ଲା ପରିଷଦ ଜୋନରୁ ମାନସ ସାହୁ, ପ୍ରକାଶ ମହାପାତ୍ର, ସନ୍ତୋଷ ସାହୁ, ମାନଓ ଚୌଧୁରୀ, ଭିକାରୀ ଦାସ, ପ୍ରୂର ପ୍ରଧାନ, ବିଜୟ ଚୌଧୁରୀ, ପ୍ରମୋଦ ପାତ୍ର, ସୁଶାନ୍ତ ପ୍ରଧାନ, ବିନୋଦ ପ୍ରଧାନ, ରମେଶ ପ୍ରଧାନ, ନିବାସ ପ୍ରଧାନ, ଦୀନବନ୍ଧୁ ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ସୁନାଖେଳା ଜିଲ୍ଲା ପରିଷଦ ଜୋନରୁ କୃଷ୍ଣଚନ୍ଦ୍ର ଖୁଂଟିଆ, ଉପେନ୍ଦ୍ର ନାୟକ, ଛାଟିଆ ପ୍ରଧାନ, ମୁନା ଖାନ୍, ଭରତ ପ୍ରଧାନ, ରବି ପ୍ରଧାନ, ନୀଳକଣ୍ଠ ସାହୁ, ବଳରାମ ସ୍ୱାଇଁ, ପ୍ରଫୁଲ ପରିଡା, ଦିବାକର ସାହୁ, ଅଜୟ ମହାପାତ୍ର, ଶଶାଙ୍କ ମହାପାତ୍ର ବିଜେପିରେ ସାମିଲ ହୋଇଛନ୍ତି । ରଣପୁର ଜିଲ୍ଲା ପରିଷଦ ଜୋନର ପ୍ରଫୁଲ ପରିଡା, ଭାରତ ପରିଡା, ଗୋବିନ୍ଦ ଧଳ ସିଂହ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ବଡଚଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ରମାକାନ୍ତ ରାଉତ, ରବିନ୍ଦ୍ର ସାହୁ, ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ ଜେନା , ବଡଚଣା ଗ୍ରାମ ପଂଚାୟତ ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ, ପୂର୍ବତନ ସରପଂଚ ଭାଗ୍ୟଧର ପ୍ରଧାନଓ ସମାଜସେବୀ ବିଷ୍ଣୁ ମଲ୍ଲିକ, ଛବି ନାରାୟଣ ନାୟକ, ଧୀରେନ୍ଦ୍ର ରାଉତ, ବଡଚଣା ବ୍ଲକ ପୂର୍ବତନ ଉପସଭାପତି ପ୍ରଦୀପ ଜେନା, ଲଲାଟ କେଶରୀ ମହାପାତ୍ର, ପ୍ରଦୀପ ଧଳ, କେଶବ ଦାସ, ଜାନକୀ ପ୍ରଧାନ, ସେବତୀ ଜେନା, ଦେବେନ୍ଦ୍ର ସାହୁ ପ୍ରମୁଖ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ନୂତନ ଭାବେ ଯୋଗଦାନ କରିଥିବା ସଦସ୍ୟମାନେ କହିଛନ୍ତି ।
ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ସାଂସଦ ଶ୍ରୀ ମୋହନ ଜେନା, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବଡଚଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ଅମର ନାୟକ, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଏବଂ ବିଜେପି ନେତା ଶ୍ରୀ ଶବରେଶ୍ୱର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here