ଭୁୁବନେଶ୍ୱର, ତା.୧୨/୦୪: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଅନୁଗୁଳ ଓ ଜଗତସିଂହପୁର ଜି୍ଲ୍ଲାର ବହୁ ବିଜେଡି ଏବଂ କଂଗ୍ରେସ ନେତା ଓ କର୍ମୀମାନେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗୋ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ଦେଇ ସ୍ୱାଗତ ଜଣାଇଥିଲେ ।
ଅନୁଗୁଳ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଛବି ମୋହନ ସାହୁଙ୍କ ସମେତ ବିଜେଡି ଲିଗାଲ ସେଲ ସଦସ୍ୟ ଆଇନଜୀବି ହେମନ୍ତ ସାହୁ, ବିଶ୍ୱରଂଜନ ସିଂହ, ପ୍ରବୋଧ କୁମାର ମହାପାତ୍ର, ଅର୍ଶୀବାଦ ସାହୁ, ବିମାନ ସାହୁ, ସଂଜୟ ମହାନ୍ତି, ବିରେନ ବିଶ୍ୱାଳ, ଶିଶିର ବେହେରା, କାମାକ୍ଷା ତ୍ରିପାଠୀ, ନିତ୍ୟାନନ୍ଦ ଦାଶ, କୁବେର ଗଡନାୟକ, ସଂଜୟ ଗୋଚ୍ଚାୟତ, ଜଗା ଗୋଚ୍ଚାୟତ, ଦୀପକ ଗୋଚ୍ଚାୟତ, ଗୋପାଳ ଗୋଚ୍ଚାୟତ, ଇଶ୍ୱର ଗୋଚ୍ଚାୟତ, ଭରତ ଗୋଚ୍ଚାୟତ, ଅରକ୍ଷିତ ଗୋଚ୍ଚାୟତ, ପୂଣଯର୍ଣଚନ୍ଦ୍ର ସାହୁ, ହେମନ୍ତ ଦାଶ, ନରୋତମ ସାହୁ, ଚିନ୍ତାମଣି ନାୟକ, ମନୋରଂଜନ ଭୁତିଆ, ରଶ୍ମୀରଂଜନ ଭୁତିଆ, ଛବିଳ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲା ବିଜେଡିର ପୂର୍ବତନ ଜିଲ୍ଲା ଉପ ସଭାପତି ଇଂ.ଅଜୟ କୁମାର ସାହୁ ମଧ୍ୟ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ଜଗତସିଂହପୁର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ବିଭୁ ତରାଇଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି ଜଗତସିଂହପୁର ଜିଲ୍ଲାର ଶତାଧିକ କଂଗ୍ରେସ ଓ ବିଜେଡି ନେତା ବିଜେପିରେ ଯୋଗଦାନ କରିଛନ୍ତି । ରଘୁନାଥପୁର ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ଗଗନ ଚନ୍ଦ୍ର ଦାଶ, କୃଷ୍ନଚନ୍ଦ୍ର ଜେନା, ସୁରେନ୍ଦ୍ର ବେହେରା, ବସନ୍ତ କୁମାର ଦାସ, ପ୍ରଦୀପ ବିହାରୀ, ଦିଲୀପ କୁମାର ସ୍ୱାଇଁ, ପ୍ରଭଞ୍ଜନ ବିଶ୍ୱାଳ, ପ୍ରଭାକର ଦାଶ, ରବିନ୍ଦ୍ର ଦାଶ, ରଂଜିତ ମଲ୍ଲିକ, ସରୋଜ ସ୍ୱାଇଁ, ନିମାଇ ଭୂଷଣ ସେଠୀ, କୃଷ୍ନଚନ୍ଦ୍ର ସ୍ୱାଇଁ, ମଙ୍ଗୁ ଦଳାଇ, ଶାନ୍ତନୁ ମହାନ୍ତି, ଦିବାକର ବିଶ୍ୱାଳ,ଶାରଦା ପ୍ରସନ୍ନ ଦାଶ, ଅଲୋକ ପୃଷ୍ଟି, ସୁବାଷ ବେହେରା, ତିର୍ତୋଲ ବ୍ଲକର ପୂଣଯର୍ଣଚନ୍ଦ୍ର ସ୍ାଇଁ, ବନମାଳି ଦାଶ, ଉପେନ୍ଦ୍ର ସାହୁ, ରଘୁନାଥ ମହାନ୍ତି, ହିମାଂଶୁ ବେହେରା, ଶ୍ରୀଧର ଦାଶ, ଜଗନ୍ନାଥ ଭୋଇ, ତାପସ କୁମାର ଭୋଇ, ଦିଲୀପ କୁମାର ନାୟକ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ଆନୁଷ୍ଠାନୁକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ସାଂସଦ ପ୍ରାର୍ଥୀ ବିଭୁ ତରାଇ, ରାଜେନ୍ଦ୍ର ପଣ୍ଡା, ଶ୍ରୀତମ ଦାଶ, ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here